ହରପ୍ରସାଦ ଦାସଙ୍କ ବଂଶ ପାଇଁ ପ୍ରଭାତ ତ୍ରିପାଠୀ ପାଇବେ ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ଭୁବନେଶ୍ବର: ପ୍ରଖ୍ୟାତ ଓଡ଼ିଅା କବି ଓ ଚିନ୍ତକ ହରପ୍ରସାଦ ଦାସଙ୍କ ମହାଭାରତ ପଦ୍ୟ ‘ବଂଶ’ର ହିନ୍ଦୀ ଅନୁବାଦ ନିମନ୍ତେ ବିଶିଷ୍ଟ କବି ଓ ଅନୁବାଦକ ପ୍ରଭାତ ତ୍ରିପାଠୀ ପାଇବେ ସମ୍ମାନଜନକ ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮।
ମୂଳ ଓଡ଼ିଅା କବିତା ଗ୍ରନ୍ଥ ବଂଶ ନିମନ୍ତେ ହରପ୍ରସାଦ ଦାସ ୨୦୧୩ ମସିହାରେ ସମ୍ମାନଜନକ ମୂର୍ତ୍ତିଦେବୀ ପୁରସ୍କାର ପାଇ ସାରିଛନ୍ତି।
ପ୍ରଭାତ ତ୍ରିପାଠୀଙ୍କ ଦ୍ବାରା ଅନୂଦିତ ‘ବଂଶ’ ନୂଅାଦିଲ୍ଲୀର ରାଜକମଲ ପ୍ରକାଶନୀ ଦ୍ବାରା ପ୍ରକାଶ ପାଇ ହିନ୍ଦୀ ସାହିତ୍ୟ ଜଗତରେ ବେଶ୍ ପ୍ରସିଦ୍ଧି ଲାଭ କରିଛି।
ପୁରସ୍କାର ସ୍ବରୂପ ଶ୍ରୀ ତ୍ରିପାଠୀଙ୍କୁ ୫୦ ହଜାର ଟଙ୍କା ଓ ଏକ ତାମ୍ର ଫଳକ ମିଳିବ ବୋଲି ଏକାଡେମୀ ସଚିବ କେ ଶ୍ରୀନିବାସ ରାଓ ଜଣାଇଛନ୍ତି।
ଶ୍ରୀ ତ୍ରିପାଠୀ ଓଡ଼ିଅା ଭାଷାରୁ ବହୁ ପୁସ୍ତକ ହିନ୍ଦୀରେ ଅନୁବାଦ କରିଛନ୍ତି। ଛତିଶଗଡ଼ର ରାୟଗଡ଼ରେ ଜନ୍ମିତ ପ୍ରଭାତ ତ୍ରିପାଠୀ ଭୋପାଳରେ ରହୁଥିବା ବେଳେ ସେ ପୂର୍ବରୁ ମଧ୍ୟପ୍ରଦେଶ ସାହିତ୍ୟ ଏକାଡେମୀର ସଚିବ ରହି ସାରିଛନ୍ତି। ଜଣେ କବି ଭାବରେ ମଧ୍ୟ ସେ ମଧ୍ୟପ୍ରଦେଶ ଓ ଅନ୍ୟ ହିନ୍ଦୀଭାଷୀ ଅଞ୍ଚଳରେ ବେଶ୍ ପରିଚିତ।
Comments are closed.