କୋଟିପତି ଦମ୍ପତିଙ୍କୁ କାଳିଅା ଯୋଜନାରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ
![](https://www.odishalink.com/wp-content/uploads/2019/01/Crorepati-beneficiary-in-Kalia-Scheme-Odisha.jpg)
ଭୁବନେଶ୍ବର:ନିର୍ବାଚନ ପୂର୍ବରୁ ଗରୀବ ଚାଷୀଙ୍କ କଲ୍ୟାଣ ଲାଗି ରାଜ୍ୟ ସରକାର ପ୍ରଣୟନ କରିଥିବା କାଳିଅା ଯୋଜନା ଅାରମ୍ଭରୁ ବାଟବଣା ହାେଇଛି। ବହୁ ନକଲି ହିତାଧିକାରୀ ଓ ଧନୀ ଲୋକ ଏହି ଯୋଜନାରେ ପ୍ରଥମ କିସ୍ତିରେ ୫ ହଜାର ଲେଖାଏଁ ଟଙ୍କା ପାଇଥିବା ବେଳେ, ଏ ତାଲିକାରେ ଭୁବନେଶ୍ବରର ଏକ କୋଟିପତି ଦମ୍ପତି ବି ସାମିଲ ଅଛନ୍ତି।
ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ଖବର ଅନୁସାରେ ଏହି କୋଟିପତି କାଳିଅା ଯୋଜନା ହିତାଧିକାରୀ ଦମ୍ପତି ହେଉଛନ୍ତି ବିଜେପି ନେତା ଓମ୍ ପ୍ରକାଶ ମିଶ୍ର ଓ ତାଙ୍କ ପତ୍ନୀ ଦେବବନୀତା ଅାଚାର୍ଯ୍ୟ। ଉଭୟ ୫ ହଜାର ଲେଖାଏଁ ମୋଟ ୧୦ ହଜାର ଟଙ୍କା ରାଜ୍ୟ ସରକାରଙ୍କ ଠାରୁ ପାଇଛନ୍ତି।
ଏହି ଦମ୍ପତିଙ୍କ ମାଲିକାନାରେ ଭୁବନେଶ୍ବରର ଦୁଇଟି ବଡ଼ ସୁନା ଅଳଙ୍କାର ଦୋକାନ ସାଙ୍ଗକୁ ହେଟେଲ, ବାର୍ ଓ ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଛି।
ଓମ୍ ପ୍ରକାଶ ମିଶ୍ର ଅାରକେ ଫୋରମ୍ ପ୍ରାଇଭେଟ୍ ଲିମିଟେଡ୍, ହଲମାର୍କ ଅର୍ଣାମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଓ କସ୍ମିକ୍ ସ୍ପେସ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଅାଦି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ସେ ସ୍ବର୍ଣ୍ଣଶିଖା ଇଷ୍ଟେଟ୍ ଅାଣ୍ଡ ବିଲ୍ଡର ପ୍ରାଇଭେଟ୍ ଲିମିଟେଡ୍ ଓ ସାଇନାଥ ଅାପାର୍ଟମେଣ୍ଟ୍ସ ପ୍ରାଇଭେଟ୍ ଲିମିଟେଡ୍ ଅାଦି କମ୍ପାନୀର ମଧ୍ୟ ନିର୍ଦ୍ଦେଶକ ଅଛନ୍ତି। ତାଙ୍କର ସମ୍ପତ୍ତିର ମୂଲ୍ୟ ୪୦ କୋଟିରୁ ଅଧିକ ଥିବା ବେଳେ ସେ ପୂର୍ବରୁ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ହାେଇ ହାରିଥିଲେ। ସଂପ୍ରତି ବିଜେପି ସହ ସାମିଲ ହାେଇ ଟିକେଟ ଅାଶା କରିଛନ୍ତି ଓମ୍ ପ୍ରକାଶ। ପତ୍ନୀ ଦେବବନୀତା ଅାଚାର୍ଯ୍ୟ ମଧ୍ୟ କସ୍ମିକ୍ ସ୍ପେଶ୍ ସଲ୍ୟୁସନ୍ସର ନିର୍ଦ୍ଦେଶିକା ଅଛନ୍ତି।
ଓମ୍ ପ୍ରକାଶ ବିଜେପି ନେତା ଓ ଧନୀ ହାେଇଥିଲେ ହେଁ ହୁଏତ ତାଲିକା ପ୍ରସ୍ତୁତକାରୀଙ୍କ ତ୍ରୁଟି ଯୋଗୁଁ ସେ ଓ ତାଙ୍କ ପତ୍ନୀ ଏଭଳି ହିତାଧିକାରୀ ପାଲଟିଯାଇଛନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି। ତେବେ ଅସଲ ଚାଷୀ ଋଣ ଭାରରେ ବୁଡ଼ି ଅାତ୍ମହତ୍ୟା କରୁଥିବା ବେଳେ ଦଳୀୟ ବାହୁଛାୟା ତଳେ ଥିବା ବହୁ ଅଣଚାଷୀ ଏହି ଯୋଜନାରେ ସାମିଲ ହୋଇଥିବା ଅଭିଯୋଗ ଉଠିଛି।
Comments are closed.