ସେନାବାହିନୀ ଗହଣରେ ପୁଅ ବାହାଘର ପାଳିଲେ ନୀତା ଓ ମୁକେଶ ଅମ୍ବାନୀ

ମୁମ୍ବାଇ: ସହର ଏବଂ ଦେଶକୁ ସୁରକ୍ଷିତ ରଖିବାଦିଗରେ ଅହରହ କାର୍ଯ୍ୟ କରୁଥିବା ବିଭିନ୍ନ ସୁରକ୍ଷା ବାହିନୀ ଓ ସେନା ପ୍ରତି ସମ୍ମାନ ଜଣାଇ ଆଜି ସଂଧ୍ୟାରେ ସେନା ବାହିନୀ, ନୌବାହିନୀ,ଅର୍ଦ୍ଧସାମରିକ ବଳ, ମୁମ୍ବାଇ ପୋଲିସ, ରେଳ ସୁରକ୍ଷା ବଳ ଇତ୍ୟାଦିରେ କାର୍ଯ୍ୟ କରୁଥିବା ସହସ୍ରାଧିକ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ସହିତ
ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ସେମାନଙ୍କ ପୁଅ ଆକାଶଙ୍କ ସହ ଶ୍ଲୋକାଙ୍କ ବିବାହର ଖୁସି ପାଳନ କରିଛନ୍ତି।
ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ରହିଥିଲା ଧିରୁଭାଇ ଅମ୍ବାନୀ ସ୍କୋୟାରରେ ସ୍ୱତନ୍ତ୍ର ମ୍ୟୁଜିକାଲ ଫାଉଣ୍ଟେନ ଶୋ ‘ଅନନ୍ତ ପ୍ରେମ’, ଯାହା ଶ୍ରୀକୃଷ୍ଣଙ୍କ ରାସଲୀଳା ଥିମରେ ନୀତା ଅମ୍ବାନୀଙ୍କ ଦ୍ୱାରା ନୈସର୍ଗିକ ପ୍ରେମର ନିଦର୍ଶନ ସ୍ୱରୂପ ପରିକଳ୍ପନା କରାଯାଇଥିଲା।
ଏହି ଅବସରରେ ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି ଯେ ଆମ ସଂଗେ ଆମ ଉତ୍ସବରେ ସହର ଏବଂ ଦେଶର ସୁରକ୍ଷାକର୍ତ୍ତାମାନେ ସାମିଲ ହୋଇଥିବାରୁ ଆମେ ଉଲ୍ଲସିତ ଓ ସମ୍ମାନିତ ଅନୁଭବ କରୁଛୁ।
Comments are closed.