ଭୁବନେଶ୍ବରରେ ରାଲି ପାଇଁ ପ୍ରାର୍ଥୀଙ୍କୁ ମାନିବାକୁ ପଡ଼ିବ ଏଇ ୧୦ ନିୟମ

ଭୁବନେଶ୍ବର: ଅାଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଉପଦେଶ ଜାରି କରିଛି କମିସନରେଟ୍ ପୋଲିସ୍ । ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ମାନେ କରିବାକୁ ଥିବା ଶୋଭାଯାତ୍ରାରେ ତଥା ସାଧାରଣ ସଭାରେ କ’ଣ କରିବେ ଓ କ’ଣ କରିବେ ନାହିଁ ସେ ନେଇ ଆଡଭାଇଜରି ଜାରି କରିଛି କମିସନରେଟ ପୋଲିସ ।
୧- ନିର୍ବାଚନୀ ଶୋଭାଯାତ୍ରାରେ କେତେ ଲୋକ ଓ କେତେ ଗାଡ଼ି ବ୍ୟବହାର ହେଉଛି ସେନେଇ ପୋଲିସକୁ ଆଗୁଆ ସୂଚନା ଦେବେ ପ୍ରାର୍ଥୀ ।
୨- ୧୦ଟିରୁ ଅଧିକ ଗାଡ଼ି ପ୍ରାର୍ଥୀ ରାଲିରେ ବ୍ୟବହାର କରିପାରିବେ ନାହିଁ । ୧୦ରୁ ଅଧିକ ଗାଡ଼ି ରାଲିରେ ସାମିଲ ହେଲେ ୧୦୦ ମିଟର ବ୍ୟବଧାନରେ ଗାଡ଼ି ରଖାଯିବ ।
୩-ଶୋଭାଯାତ୍ରା ହେଉଥିବା ସମୟରେ ରାସ୍ତାର ଅଧା ଭାଗ ସାଧାରଣ ଲୋକଙ୍କ ଯିବା ଆସିବା ପାଇଁ ଛଡ଼ାଯିବ । କୌଣସି ରାଲି ରାସ୍ତାର ଅଧାରୁ ଅଧିକ ଭାଗ ଅକ୍ତିଅାର କରିବ ନାହିଁ ।
୪-ଶୋଭାଯାତ୍ରାରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ଶୋଭାଯାତ୍ରା ବେଳେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ।
୫- ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ଲାଉଡ୍ ସ୍ପିକରର ବ୍ୟବହାର କରାଯିବ ।
୬- ରୋଡ ସୋ କରୁଥିବା ବେଳେ ସେଥିରେ ସ୍କୁଲ ପିଲାଙ୍କୁ ସାମିଲ କରାଯାଇପାରିବ ନାହି ।
୭- ସର୍ବାଧିକ ୬ ଫୁଟ ଚଉଡା ଓ ୪ ଫୁଟ ଲମ୍ବର ବ୍ୟାନର ବ୍ୟବହାର କରିପାରିବେ ପ୍ରାର୍ଥୀ ।
୮-ଶୋଭାଯାତ୍ରା କୌଣସି ପ୍ରକାର ବାଡ଼ି ଓ ଲାଠିର ବ୍ୟବହାର କରାଯିବ ନାହିଁ ।
୯- ରାଲି କିମ୍ବା ରୋଡ ସୋ’ରେ ବ୍ୟବହାର ହେଉଥିବା ଗାଡ଼ିରେ ୧ ଫୁଟ୍ ଲମ୍ବର ଦଳୀୟ ପତାକା ବ୍ୟବହାର କରାଯିବ।
୧୦- ପୁଲିସ ଯେଉଁ ରୁଟ ପାଇଁ ଅନୁମତି ଦେବ ସେଇ ରୁଟରେ ପ୍ରାର୍ଥୀଙ୍କ ଗାଡ଼ି ଯିବାଆସିବା କରିବ ।
Comments are closed.