ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ
ଭୁବନେଶ୍ବର: ବାପା ଦାମୋଦର ରାଉତଙ୍କ ରାସ୍ତା ଆପଣେଇ ପାରନ୍ତି ଝିଅ ପ୍ରୀତିନନ୍ଦା ରାଉତରାୟ।
ପୂର୍ବରୁ ଭୁବନେଶ୍ବର ମହାନଗର ନିଗମରେ କର୍ପୋରେଟର ଥିବା ପ୍ରୀତିନନ୍ଦା ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।
ଦୁଇଦିନ ତଳେ ପ୍ରୀତିନନ୍ଦାଙ୍କ ବାପା ଦାମୋଦର ବିଜେପିରେ ଯୋଗ ଦେଇଥିବା ବେଳେ ସେ ମଧ୍ୟ ସମାନ ରାସ୍ତାରେ ଯିବା ନେଇ ଚର୍ଚ୍ଚା ହେଉଛି।
ଅନ୍ୟପଟେ ତାଙ୍କ ଭାଇ ସମ୍ବିତ ରାଉତ ଏବେ ବି ପାରାଦୀପ ଟିକେଟ ପାଇଁ ବିଜେଡି ପାଖରେ ଅଛନ୍ତି।
Comments are closed.