ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ସଭାରେ ହୃଦୟ ଜିଣିଲେ ଅନୁଭବ, ଶୁଣନ୍ତୁ କ’ଣ କହିଲେ

ନୟାଗଡ଼: ଚଳିତ ମାସ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅାଗାମୀ ନିର୍ବାଚନ ପାଇଁ ନୟାଗଡ଼ ଠାରେ ପ୍ରଥମ ସଭାରେ ଯୋଗ ଦେଇଥିବା ବେଳେ ଏଥିରେ ଜିଲ୍ଲାର ୫୦ ହଜାରରୁ ଅଧିକ ମହିଳାଙ୍କ ସମାଗମ ହାେଇଥିଲା।
ନବୀନ ପଟ୍ଟନାୟକ ସଭା ମଞ୍ଚରେ ପହଞ୍ଚିବା ପରେ ନିଜର ଓଜସ୍ବିନୀ ଭାଷଣ ମାଧ୍ୟମରେ ସମସ୍ତଙ୍କର ହୃଦୟ ଜିଣିଥିଲେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ।
ପ୍ରାୟ ୩ ମିନିଟ ଅବଧିର ନିରବଛିନ୍ନ ଭାଷଣରେ ଗୋଟି ଗୋଟି କରି ବିଜେଡି ସରକାରଙ୍କର ପୂର୍ବ ପ୍ରତିଶ୍ରୁତି ବଖାଣିବା ସହ ସେସବୁ କିଭଳି ପାଳନ ହାେଇଛି ତାହାର ପ୍ରମାଣ ରଖିଥିଲେ। ଏହା ଭିନ୍ନ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ଉପରେ ଅାକ୍ରମଣ କରିଥିଲେ ଅନୁଭବ। ତାଙ୍କ ଭାଷଣର ଏକ ଭିଡିଓ ଖଣ୍ଡ ଏବେ ଜିଲ୍ଲା ସାରା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସାେସିଅାଲ୍ ମିଡିଅାରେ ଭାଇରାଲ୍ ହାେଇଛି।
ଶୁଣନ୍ତୁ, ୨୪ ତାରିଖ ନୟାଗଡ଼ ସମାବେଶରେ କ’ଣ କହିଥିଲେ ଅନୁଭବ-
Comments are closed.