ନୟାଗଡ଼ରେ ହେମେନ୍ଦ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଧର୍ମେନ୍ଦ୍ର

ନୟାଗଡ଼: ନୟାଗଡ଼ରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସଭା ଅବସରରେ କନ୍ଧମାଳର ପୂର୍ବତନ ସାଂସଦ ତଥା ନୟାଗଡ଼ର ଦିବଂଗତ ଟାଣୁଅା ନେତା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହାେଇଯାଇଛି।
ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦୀର୍ଘଦିନ ଧରି ଅନାବରଣ ହାେଇପାରୁ ନଥିବା ସ୍ବର୍ଗତ ହେମେନ୍ଦ୍ରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ ସହରର ସିନ୍ଦୁରିଅା ଠାରେ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ନୟାଗଡ଼ ବିଧାନସଭା କ୍ଷେତ୍ର ବିଜେପି ପ୍ରାର୍ଥିନୀ ଇରାନୀ ରା଼ୟ, ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ପରେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ନେତାମାନେ ବିଜୟ ସଂକଳ୍ପ ସଭା ସ୍ଥଳ ନୟାଗଡ଼ ଖେଳପଡ଼ିଅାରେ ପହଞ୍ଚିଥିଲେ।
ତିନି ଦିନ ତଳେ ବିଜେଡି ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଥିବା ବେଳେ ଅାଜି ଧର୍ମେନ୍ଦ୍ର ନବୀନଙ୍କ ପ୍ରତି ଅଭିଯୋଗର ବିପୁଳ ବାଣ ଛାଡ଼ିଥିଲେ। ଖଣି ପ୍ରସଙ୍ଗରେ ସିବିଅାଇ ୨୦୧୭ରେ ନବୀନଙ୍କୁ ଜେରା କରିବା ଠାରୁ ଅାରମ୍ଭ କରି, କାଳିଅା ଯୋଜନାର ତଥ୍ୟ ଦେବାରେ ରାଜ୍ୟ ସରକାରଙ୍କ ବିଫଳ ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଥିଲେ।
ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ,
ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡକୁ ଆସି ଓଡିଶାରେ ମହିଳାଙ୍କୁ ସଶକ୍ତକରଣ କରିଥିବା କହିଲେ । ମାତ୍ର ନୟାଗଡର ରାଣୀ ପ୍ରତ୍ୟୁଷା ଦେବୀଙ୍କ ସ୍ୱାମୀ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପ୍ରତିମୂର୍ତିକୁ ଅନାବରଣ ନକରିବା କଣ ନାରୀ ସଶକ୍ତକରଣ କି ?
ସ୍ଥାନୀୟ ନେତା ଅରୁଣ ସାହୁଙ୍କୁ ଇସାରା କରି ଧର୍ମେନ୍ଦ୍ର କହିଥିଲେ,
ଭାରତବର୍ଷରେ ମହିଳା ଉତ୍ପୀଡନରେ ଓଡିଶା ୧ ନମ୍ବରରେ ରହିଛି । ବିଜେଡିର ଶାସନରେ ଛବି ବର୍ଦ୍ଧନକୁ ନ୍ୟାୟ ମିଳିଲା ନାହିଁ । ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଲେ ଛବି ବର୍ଦ୍ଦନର ହତ୍ୟାକାରୀଙ୍କୁ ନୟାଗଡ ଜେଲ ପଠାଯିବ ।
ଧର୍ମେନ୍ଦ୍ର କହିଥିଲେ ଯେ ରାଜ୍ୟର ପ୍ରଗତିରେ କେନ୍ଦ୍ର ନୁହେଁ, ବରଂ ନିଜେ ରାଜ୍ୟ ବାଧକ ସାଜିଛି। ନବୀନ ବାବୁ କେନ୍ଦ୍ରୀୟ ଅବହେଳା କଥା କହୁଥିବା ବେଳେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ୧ ଲକ୍ଷ ୩୬ ହଜାର କୋଟି ଟଙ୍କାର ପ୍ରକଳ୍ପରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ନୟାଗଡର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାମରେ ଓଡିଶା ସରକାର ସହଯୋଗ କରୁନାହାଁନ୍ତି । କିନ୍ତୁ ନବୀନ ବାବୁ ମିଛ ବିଜ୍ଞାପନ କରି ବାହାବା ନେବାରେ ଧୂରନ୍ଧର ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଥିଲେ।
Comments are closed.