ଭିବଗିୟୋର ଇନଷ୍ଟିଚ୍ୟୁଟର ଶୁଭଶ୍ରୀ ମହାରଣା +୨ ପରୀକ୍ଷାରେ ରାଜ୍ୟରେ ଦ୍ବିତୀୟ
ଭୁବନେଶ୍ବର: ଆଜି ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟର ଅଗ୍ରଣୀ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରର ଭିବଗିୟୋର ଇନଷ୍ଟିଚ୍ୟୁଟର ଛାତ୍ରୀ ଶୁଭଶ୍ରୀ ମହାରଣା ସାରା ରାଜ୍ୟରେ ବିଜ୍ଞାନ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଅପରାଜଜେୟ ପଣ୍ଡା କହିଛନ୍ତି। ବିଜେବି ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଶୁଭଶ୍ରୀ ନିଜର ସଫଳତାର ଶ୍ରେୟ ନିଜ ପିତାମାତାଙ୍କୁ ଦେବା ସହ ଭିବଗୟୋର ଇନଷ୍ଟିଚ୍ୟୁଟର ନିରନ୍ତର ପ୍ରଚେଷ୍ଟା ଯୋଗୁଁ ସେ ଶିକ୍ଷା କ୍ଷେତ୍ରରେ ଶିଖର ସ୍ଥାନ ଅଧିକାର କରିଥିବା କହିଛନ୍ତି।
ଅନ୍ୟ ପ୍ରତିଷ୍ଠାନ ଠାରୁ ଭିବଗିୟୋର ଭିନ୍ନ ଓ ଏହାର ନିର୍ଦ୍ଦେଶକ ଅପରାଜେୟ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ ବୋଲି ଶୁଭଶ୍ରୀ କହିଛନ୍ତି। ଭିବଗିୟୋରର ଶିକ୍ଷକମାନଙ୍କ ନିରନ୍ତର ନିଷ୍ଠା ଓ ନିଜର ଅକ୍ଲାନ୍ତ ପରିଶ୍ରମ ଫଳରେ ସଫଳତା ସାଉଁଟି ଥିବା ଶୁଭଶ୍ରୀ ଭବିଷ୍ୟତରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନିଜକୁ ପ୍ରସ୍ତୁତ କରିବେ ବୋଲି କହିଛନ୍ତି। ଭିବଗିୟୋର ଇନଷ୍ଟିଚ୍ୟୁଟ୍ ତାଙ୍କ ଶିକ୍ଷା ଜୀବନରେ ଏକ ଆଲୋକବର୍ତ୍ତିକା ଓ ଏହିଠାରେ ହିଁ ସେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେବେ ବୋଲି କହିଛନ୍ତି ଶୁଭଶ୍ରୀ।
ଭିବଗିୟୋର ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅପରାଜେୟ ପଣ୍ଡା ଶୁଭଶ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଅନୁଷ୍ଠାନ ଗୌରବାନ୍ବିତ ବୋଲି କହିଛନ୍ତି। ତାଙ୍କ ଅନୁଷ୍ଠାନ କେବଳ ଶିକ୍ଷା ଦିଏନାହିଁ, ବରଂ ଆଗାମୀ ଦିନ ପାଇଁ ସଫଳ ନାଗରିକ ଗଢ଼ିଥାଏ। ଶିକ୍ଷାଦାନ ଏବେ ବ୍ୟବସାୟକୈନ୍ଦ୍ରିକ ହୋଇ ପଡ଼ିଥିବା ବେଳେ ଭିବଗିୟୋର ବ୍ୟବସାୟ ଅପେକ୍ଷା ମାନର ଶିକ୍ଷାଦାନ ଉପରେ ଗୁରୁତ୍ବ ଦେଇଥାଏ। ସେଥିପାଇଁ ଶୁଭଶ୍ରୀ ଭଳି ବହୁ ଛାତ୍ରଛାତ୍ରୀଙ୍କର ଏହା ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି। ପିତାମାତା ପିଲାମାନଙ୍କୁ ବଡ଼ କରିଥାଆନ୍ତି, କିନ୍ତୁ ଭିବଗିୟୋର ସେମାନଙ୍କର କ୍ୟାରିଅରକୁ ଅଗକୁ ବଢ଼ାଇଥାଏ ବୋଲି ଅପରାଜେୟ ପଣ୍ଡା କହିଛନ୍ତି।
ଯୁକ୍ତ ଦୁଇ ବିଜ୍ଞାନରେ ୯୩% ନମ୍ବର ରଖି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଶୁଭଶ୍ରୀ ଶହୀଦ ନଗର ଶାନ୍ତିପଲ୍ଲୀ ବାସିନ୍ଦା ସର୍ବେଶ୍ବର ମହାରଣା ଓ ଶୁକାନ୍ତି ମହାରଣାଙ୍କ କନ୍ୟା। ଯୁକ୍ତ ଦୁଇ ଭଳି ମେଡିକାଲ ପାଠ୍ୟକ୍ରମରେ ବି ସେ କିଭଳି ସଫଳତାର ଶୀର୍ଷକୁ ଛୁଇଁବେ ସେ ନେଇ ଭିବଗିୟୋର ଯତ୍ନବାନ ହେବ ବୋଲି ଅପରାଜେୟ ପଣ୍ଡା କହିଛନ୍ତି।
ଯୁକ୍ତ ଦୁଇ ବିଜ୍ଞାନ ଓ କଳା ପରୀକ୍ଷା ଫଳ ଜାଣିବା ପାଇଁ ଏଇଠି କ୍ଳିକ୍ କରନ୍ତୁ
Comments are closed.