କଠୁଆ ଗଣଦୁଷ୍କର୍ମ ମାମଲା: ୬ ଜଣ ଦୋଷୀ ସାବ୍ୟସ୍ତ, ଜଣେ ଖଲାସ୍
ପଠାନକୋଟ: ବହୁ ଚର୍ଚ୍ଚିତ ଜମ୍ମୁ କଶ୍ମୀର କଠୁଆରେ ହୋଇଥିବା ନାବାଳିକା ଗୁଣଦୁଷ୍କର୍ମ ମାମଲାର ରାୟ ଶୁଣାଣି ଆଜି ହୋଇଛି। ଏହି ମାମଲାରେ ୭ଜଣଙ୍କ ମଧ୍ୟରୁ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୭ ଜଣଙ୍କ ବିରୋଧରେ ଏହି ଦୁଷ୍କର୍ମ ମାମଲା ଚାଲିଥିବା ବେଳେ ଅନ୍ୟ ଜଣେ ଅପରାଧ ମୁକ୍ତ ବୋଲି ପଠାନକୋଟର ସ୍ୱତନ୍ତ୍ର ଅଦାଲତ ଶୁଣାଣି କରି ଏହା କହିଛନ୍ତି। ଅପରାଧମୁକ୍ତ ବ୍ୟକ୍ତିର ନାମ ହେଉଛି ବିଶାଲ ରାମ। ସୂଚନାଯୋଗ୍ୟ, ଗତବବର୍ଷ ୧୦ ଜାନୁଆରୀରେ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା। ବଞ୍ଜାରା ସଂପ୍ରଦାୟର ଜଣେ ଆଠ ବର୍ଷର ନାବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ପୁଲିସ ସାତ ଜଣଙ୍କୁ ଗିରଫ କରିଥିଲା। ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ହେଲେ ଗାଁ ମୁଖିଆ ସଞ୍ଜି ରାମ, ପରଭେଶ କୁମାର ଏବଂ ପୁଲିସ ଅଫିସର ଦୀପକ ଖଜୁରିଆ। ଏମାନଙ୍କ ବିରୋଧରେ ଅପହରଣ (ଦଫା ୩୬୩), ହତ୍ୟା (ଦଫା ୩୦୨), ଗଣଦୁଷ୍କର୍ମ (ଦଫା ୩୭୬ଡି), ଅପରାଧ ଷଡ଼ଯନ୍ତ୍ର(ଦଫା ୧୨୦(ବି)) ଲାଗିଛି। ଏବଂ ଅନ୍ୟ ତିନି ଜଣ ସୁରେନ୍ଦ୍ର ବର୍ମା, ଆନନ୍ଦ ଦୁତ୍ତ ଏବଂ କନେଷ୍ଟବଲ ତିଲକ ରାଜ ବିରୋଧରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦଫା ୨୦୧ ଲଗାଇଛନ୍ତି କୋର୍ଟ। ଅପରାଧ ମୁକ୍ତ ହୋଇଥିବା ବିଶାଲ ରାମ ଗାଁ ମୁଖିଆ ସଞ୍ଜୀ ରାମର ପୁଅ ଅଟେ। ମାମଲାର ବିଚାର ବେଳେ ଭିଡିଓ ରେକର୍ଡିଂ ହୋଇଛି ଏବଂ ମାମଲାର ନିରୀକ୍ଷଣ କରୁଛନ୍ତି ସୁପ୍ରିମକୋର୍ଟ। ନିରପେକ୍ଷ ବିଚାର ଓ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସୁପ୍ରିମକୋର୍ଟ ମେ ୭ରେ ଜମ୍ମୁ କଶ୍ମୀରରୁ ପଠାନକୋଟକୁ ଏହି ମାମଲା ସ୍ଥାନାନ୍ତର କରିଥିଲେ। ଏହି ରାୟରେ ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଏବଂ ଉମର ଉବଦୁଲା କୋର୍ଟଙ୍କ ଶୁଣାଣିକୁ ସ୍ୱାଗତ କରିଛନ୍ତି।
Comments are closed.