ଆହାତ କାରଣରୁ ଶିଖର ୩ ସପ୍ତାହ ପାଇଁ ଦଳରୁ ବାଦ୍: ଏବେ କିଏ କରିବ ଅପନିଙ୍ଗ୍ ….

ଇଂଲଣ୍ଡ: ଭାରତୀୟ କ୍ରିକେଟ୍ ଟିମକୁ ଝଟକା। ଭଲ ଫର୍ମରେ ଥିବା ଭାରତୀୟ କ୍ରିକେଟ ଦଳର ଓପନର ଗବର ସିଂ ଶିଖର ଧାଓ୍ବନ ତିନି ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବଲରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଫଳରେ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଥିବା ସୂଚନା ମିଳିଛି। ଯାହାଫଳରେ ତାଙ୍କୁ ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ଦଳରୁ ବାଦ୍ ଦିଆଯାଇଛି। ଭାରତର ଆଗକୁ ଥିବା ହାଇ ଭୋଲଟେଜ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ବିପକ୍ଷରେ ପଡ଼ିଆରେ ଦେଖା ଯିବେନି ଶିଖର। ଭାରତ ଅଷ୍ଟ୍ରେଲିଆ ମ୍ୟାଚରେ ଦ୍ରୁତ ବୋଲର କୁଲଟର ନାଇଲଙ୍କ ବାଉନସର ବଲରେ ଆହାତ ହୋଇଥିଲେ ସୁଦ୍ଧା ସେ ତାଙ୍କ ଖେଳ ଜାରି ରଖିଥିଲେ। ଏବେ ଭାରତୀୟ ଦଳ ପାଇଁ ସବୁଠୁ ବଡ଼ ପ୍ରଶ୍ନ ଭାରତ ପାଇଁ ରୋହିତଙ୍କ ସହ କିଏ ଅପନିଙ୍ଗ କରିବ ସେ ନେଇ ଭାରତୀୟ ଦଳ ଚିନ୍ତାରେ। କେ ଏଲ ରାହୁଲ ଅପନିଙ୍ଗ କରି ପାରିବାର ସମ୍ଭାବନା ଅଧିକ ଅଛି। ଯଦି କେ ଏଲ ରାହୁଲ ଓପନିଙ୍ଗ କରିବେ ତାହାଲେ ମଧ୍ୟକ୍ରମରେ ବିଜୟ କୁମାର ନା ରବିନ୍ଦ୍ର ଜାଡେଜା ଖେଳିବେ ସେ ନେଇ ଦ୍ବନ୍ଦରେ ଭାରତୀୟ ଦଳ।
Comments are closed.