ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କଣ୍ଟାବଣିଆ ଗାଁରେ ବିଦ୍ୟୁତ୍ ଆଘାତର ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରହଲ୍ଲାଦ ଜେନା। ତାଙ୍କ ଘର ତାରାକୋଟ ଗାଁରେ।
କାଳବୈଶାଖୀ ଯୋଗୁ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବା ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ମରାମତି ହେଉଥିଲା। ବିଦ୍ୟୁତ୍ ବିଭାଗରେ ଠିକା କର୍ମଚାରୀ ଭାବେ କାମ କରୁଥିବା ପ୍ରହଲ୍ଲାଦ ଖୁଣ୍ଟରେ ଚଢ଼ି କାମ କରୁଥିଲେ। ଠିକ୍ ଏତିକି ବେଳେ ବିଦ୍ୟୁତ ଚାର୍ଜ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।
Comments are closed.