ଖଳନାୟକ ଭୂମିକାରେ ଅଭିନୟ କରିବେ ଶାହାରୁଖ

ମୁମ୍ବାଇ : ସୁପରଷ୍ଟାର୍ ଶାହରୁଖ୍ ଖାନ୍ ଆଦିତ୍ୟ ଚୋପ୍ରାଙ୍କ ବ୍ଲକ୍ବାଷ୍ଟର୍ ହିଟ୍ ସିରିଜ୍ ‘ଧୁମ୍’ର ପାର୍ଟ-୪ରେ ଖଳନାୟକ ଭୂମିକାରେ ଆସିପାରନ୍ତି। ସୋଶାଲ୍ ମିଡିଆରେ ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହରୁଖ୍ ଧୁମ୍-୪ରେ ଅଭିନୟ କରିବେ ବୋଲି ପୁର୍ବରୁ ମଧ୍ୟ ଚର୍ଚ୍ଚା ଯୋର୍ ଧରିଥିଲା।
ୟଶ ରାଜ୍ଙ୍କ ଫିଲ୍ମ ‘ଧୁମ୍’ର ସବୁ ସିରିଜ୍ରେ ଏବେ ଯାଏ ଲୋକପ୍ରିୟ ଅଭିନେତାଙ୍କୁ ନିଆଯାଇଛି। ସେଥିପାଇଁ ଏହି ସିରିଜ୍ରେ ଶାହରୁଖ୍ ଖଳନାୟକ ଭୂମିକାରେ ଦେଖାଯିବେ ବୋଲି ଚର୍ଚ୍ଚା ହେଉଛି। ଆଉ ଏକ ବିଷୟ ହେଉଛି ଯେ, ‘ଜିରୋ’ ପ୍ଲପ୍ ହେଲା ପରେ ଶାହରୁଖ୍ ଏଥିପାଇଁ ଖଳନାୟକ ଭୂମିକାକୁ ବିକଳ୍ପ ଭାବେ ଆସିପାରନ୍ତି।
Comments are closed.