ମୁଖ୍ୟ ନିର୍ବାଚନ ଅଧିକାରୀ ପାଟକୁରା ନିର୍ବାଚନମଣ୍ତଳୀ ଅନୁଧ୍ୟାନ କଲେ
କେନ୍ଦ୍ରାପଡା : ‘ଫନି’ ପ୍ରଭାବିତ ପାଟକୁରା ନିର୍ବାଚନ ମଣ୍ତଳୀରେ ନିର୍ବାଚନ ପରିଚାଳନା ସମ୍ଭବ ହେବ କି ନାହିଁ ଏ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କେନ୍ଦ୍ରାପଡ଼ା ଗସ୍ତ କରିଥିଲେ। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର, ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଓ ଅନ୍ୟାନ୍ୟ ଅଧିକାରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ପାଟକୁରାର ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ବୁଲି ଦେଖିଥିଲେ।
ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଡେରାବିଶ ବ୍ଲକର ଗଣେଶପୁର, ଭାଣଗାଁ ପ୍ରାଇମେରି ସ୍କୁଲ ପଥର ପଡ଼ା, ଚାନ୍ଦୋଳ ପ୍ରାଇମେରି ସ୍କୁଲ, ମାର୍ଶଘାଇର ଜଇରାମ ହାଇସ୍କୁଲ, କରିଲୋପାଟଣା ପ୍ରାଇମେରି ସ୍କୁଲ, କରିଲୋ ପାଟଣା ସ୍କୁଲ , ଗରଦପୁର ନଡ଼ିଆବୋରେଇ, ଟିକନପୁର, ବାହାଲୋ ସମେତ ପ୍ରାୟ ୨୦ଟି ସ୍କୁଲ ବୁଲି ଦେଖିଥିଲେ । ସେହିପରି ଗରଦପୁରର ବରହମପୁର ପ୍ରାଇମେରି ସ୍କୁଲ ଘର ଭାଙ୍ଗିଥିବା ବେଳେ ସେସବୁ ମରାମତି କାମ ହୋଇ ନାହିଁ । ଉପଜିଳ୍ଲାପାଳ ସଂଜୟ କୁମାର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର (ନିର୍ବାଚନ) ବିକ୍ରମ କେଶରୀ ପରିଡ଼ା ଓ ଅନ୍ୟ ଅଧିକାରୀ ନିର୍ବାଚନ ଅଧିକାରୀଙ୍କ ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।
Comments are closed.