ଜୋର ଧରିଲା ବିଧାୟକଙ୍କ ଗିରଫ ଦାବି
ଭୁବନେଶ୍ୱର : ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ଜେଇଙ୍କୁ ଉଠବସ କରାଇବା ଘଟଣାରେ ତାଙ୍କର ଗିରଫ ଦାବି ଜୋର ଧରିଛି । ବିଧାୟକ ଶ୍ରୀ ମେହେରଙ୍କ ଗିରଫ ଦାବି ନେଇ ଏବେ ଆଦିବାସୀ ତାତିଛନ୍ତି । ଆଜି ଆଦିବାସୀମାନେ ନିଜ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବାଦ୍ୟ ବଜାଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଏହି ସମୟରେ ପୁଲିସ ସହ ଆଦିବାସୀଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଜଣାଯାଇଛି ।
ପ୍ରକାଶ ଯେ , ନବନିର୍ବାଚିତ ବିଜେଡ଼ି ବିଧାୟକ ସରୋଜ ମେହେର ଏକ ରାସ୍ତା ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ସେ ଦେଖିବାକୁ ପାଇଥିଲେ । ଫଳରେ ବିଧାୟକ ଶ୍ରୀ ମେହେର ଖପ୍ପା ହୋଇ କାର୍ଯ୍ୟ ଦାୟିତ୍ୱରେ ଥିବା ସଂପୃକ୍ତ ଇଞ୍ଜିନିୟରଙ୍କୁ ଡକାଇଥିଲେ । ସେ ଇଞ୍ଜିନିୟରଙ୍କୁ ଗାଳି ଦେବା ସହ ବସ ଉଠ କରାଇଥିଲେ । ବସଉଠ ନହେଲେ ଲୋକେ ମାରିବେ ବୋଲି କହିଥିଲେ । ତେବେ ବିଧାୟକଙ୍କ ଏଭଳି ଦବଙ୍ଗଗିରିକୁ ସେଠାରେ ଉପସ୍ଥିତ ଥିବା କେହି ଜଣେ ଭିଡ଼ିଓ କରିଦେଇଥିଲେ ।
Comments are closed.