ମହିଳା ଭାଙ୍ଗିଲେ ମଦ ଭାଟି

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ସୁଗ ଗାଁରେ ଦୀର୍ଘଦିନ ଧରି ଚୋରା ମଦ କାରବାର ହେଉଥିଲା। ଏହାକୁ ନେଇ ଥାନାରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ସେଠାକାର ଶତାଧିକ ମହିଳା ଜୋରଜବଦସ୍ତ ଭାଟିରୁ ମଦ ବୋତଲ କାଢ଼ି ଆଣି ରାସ୍ତାରେ ଭାଙ୍ଗି ଦେଇଥିଲେ। ଏଥିରେ ଦେଶୀ ଓ ବିଦେଶୀ ମଦ ମଧ୍ୟ ରହିଛି। ଏପରିକି ସେମାନେ ଜଳେଶ୍ୱର-ସୁଗ-କମାରଶାଳିଆ ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଥିଲା।
Comments are closed.