ନିରଞ୍ଜନ-ନରସିଂହ ଆଲୋଚନା

ଭୁବନେଶ୍ୱର : ଚଳିତ ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଭିନ୍ନ ସମୟରେ କଂଗ୍ରେସର ବୈଠକ ପରେ ବୈଠକ ବସୁଛି । ଆଲୋଚନା ଓ ତର୍ଜମା ହେଉଛି । ତେବେ ଗୁରୁବାର କଂଗ୍ରେସର ୨ ବରିଷ୍ଠ ନେତା ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ପ୍ରକାଶ ଯେ, ଗୁରୁବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ମଧ୍ୟରେ ଆଲୋଚନା ହୋଇଛି । ନରସିଂହ ମିଶ୍ରଙ୍କ ଘରକୁ ଯାଇ ନିରଞ୍ଜନ ଆଲୋଚନା କରିଛନ୍ତି ।
ଆଲୋଚନା ପରେ ନିରଞ୍ଜନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା ହେଲା । ବିଭିନ୍ନ ସମୟରେ ଆସି ମୁଁ ତାଙ୍କ ସହ ଆଲୋଚନା କରିଥାଏ ।
ତେବେ ଆଲୋଚନା ସମ୍ପର୍କରେ ନରସିଂହ ମିଶ୍ରଙ୍କୁ ପଚାରିବାରୁ ସେ ପ୍ରଥମେ ଟିକେ ଚିହିକି ଉଠିଥିଲେ । ପରେ କହିଥିଲେ ଯେ, ଦୁଇ ନେତା ପରସ୍ପର ଭେଟିଲେ ଯାହା ଆଲୋଚନା ହୁଏ, ତାହା ହୋଇଛି । ସବୁ କଥା କ’ଣ ଖୋଲିକି କହିହେବ ବୋଲି ନରସିଂହ କହିଥିଲେ ।
Comments are closed.