ସାକାର ହେଲା ୭୫ ଵର୍ଷ ତଳର ପ୍ରେମ, ପଢନ୍ତୁ ଏ କାହାଣୀ….

ପ୍ୟାରିସ୍: କଥାରେ ଅଛି ଭଲ ପାଇବା ହେଉଛି ଭଗବାନଙ୍କ ଦାନ। ସେଥିପାଇଁ ବୋଧେ ଭଲ ପାଇବା ନାଁ ଶୁଣିଲେ ସମସ୍ତଙ୍କର କିଛି କିଛି ହୁଏ। କାରଣ ଭଲ ପାଇବା ହେଉଛି ପ୍ରକୃତିର ଦାନ। ଏହି ଭଲ ପାଇବାକୁ ନେଇ ତିଆରି ହୋଇଛି ପ୍ରକୃତି । ତେବେ ଏଭଳି ଏକ ଭଲ ପାଇବା ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦୀର୍ଘ ୭୫ ବର୍ଷ ପରେ ଦୁଇ ପ୍ରେମୀକଙ୍କ ମିଳନ ହେଲା । ଏହି କାହାଣୀ ୧୯୪୪ ମସିହାର ଯେତେବେଳେ ଦ୍ଵିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା ୧୮ ବର୍ଷୀୟ ଜେନିନ ପିଆରସନଙ୍କୁ ଭେଟିଥିଲେ ୨୪ ବର୍ଷିୟ କେଟି ରବୀନ୍ସ। ପ୍ରଥମ ଦେଖାରେ ଉଭୟେ ଉଭୟଙ୍କୁ ମନ ଦେଇ ବସିଥିଲେ। ପ୍ରେମିକଙ୍କ ଘର ଆମେରିକା ହୋଇଥିବାବେଳେ ପ୍ରେମିକାଙ୍କ ଘର ଥିଲା ଫ୍ରାନ୍ସରେ। ରବୀନ୍ସ ଆମେରିକା ସେନାରେ ଥିବାବେଳେ ଯୁଦ୍ଧ ପାଇଁ ଫ୍ରାନ୍ସକୁ ଆସିଥିଲେ। ପରେ ଯେତେବେଳେ ଯୁଦ୍ଧ ସରିଯାଇଥିଲା ସେତେବେଳେ ନିଜ ଦେଶକୁ ଫେରିବାକୁ ପଡିଥିଲା ରବୀନ୍ସଙ୍କୁ।ନିଜ ପ୍ରେମିକ ଚାଲିଯିବା ପରେ ବହୁତ କାନ୍ଦିଥିଲେ ଜେନିନ। କାଳେ କେବେ ରବୀନ୍ସ ଫେରିଆସିବେ ସେଥିପାଇଁ ଫରାସୀ ଭାଷା କହୁଥିବା କେଟି ଇଂରାଜୀ ଭାଷା ବି ଶିଖିଥିଲେ। ଭାବିଥିଲେ ପ୍ରେମିକ ଆସିଲେ ତାଙ୍କ ଭାଷାରେ ତାଙ୍କୁ ହୃଦୟର କଥା କହି ଚକିତ କରିଦେବେ । କିନ୍ତୁ ଯୁଦ୍ଧ ସରିବା ପରେ ଫ୍ରାନ୍ସରେ ରହିବାକୁ ଅନୁମତି ନଥିବାରୁ ବାଧ୍ୟ ହୋଇ ରବୀନ୍ସ ବି ଆସିପାରିନଥିଲେ।
ରବୀନ୍ସ ଭୁଲିପାରିନଥିଲେ ତାଙ୍କ ପ୍ରେମିକା ଜେନିନଙ୍କୁ। ନିଜ ପ୍ରେମିକାର ଶେଷ ଫଟୋକୁ ଦେଖି ମନକୁ ବୁଝେଇଦେଉଥିଲେ। ଏବେ ରବୀନ୍ସଙ୍କୁ ୯୭ ଵର୍ଷ ହୋଇଥିବାବେଳେ ଜେନିନଙ୍କୁ ୯୨ ଵର୍ଷ। ହଠାତ୍ ଢେର ମନେ ପଡିଲେ ଜେନିନ। କେମିତି ଅଛନ୍ତି ୭୫ ଵର୍ଷ ତଳର ମନର ରାଣୀ। ଫ୍ରାନ୍ସ ଆସିଲେ ଆଉ ଭେଟିବାକୁ ଗଲେ । ନିଜ ପ୍ରେମିକାଙ୍କୁ ଏତେ ବର୍ଷ ପରେ ଦେଖି ଖୁସିରେ ଭାବୁକ ହୋଇପଡିଥିଲେ ଜେନିନ। ପରସ୍ପରକୁ ଜଣେଇଥିଲେ ୭୫ ବର୍ଷର ହୃଦୟର ଅନେକ ଅକୁହା କଥା। ଏଥିପାଇଁ ପ୍ରେମ ସର୍ବଦା ଅମର।
Comments are closed.