ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ଟକ୍କର, ଟୋକିଓ ଅଲମ୍ପିକ କ୍ବାଲିଫାୟାରରେ ସ୍ଥାନ ପକ୍କା କଲା ଭାରତ
![](https://www.odishalink.com/wp-content/uploads/2019/06/india-hockey-.jpg)
ଭୁବନେଶ୍ବର: ଆଜି ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାର ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢେଇ । ଏହା ପୂର୍ବରୁ ଭାରତ ହକିପ୍ରେମୀଙ୍କ ପାଇଁ ଖୁସି ଖବର କାହିଁକିନା ଟୋକିଓ ଅଲମ୍ପିକ କ୍ବାଲିଫାୟାର ପାଇଁ ସ୍ଥାନ ପକ୍କା କରିଛି ଭାରତୀୟ ହକି ଦଳ। ଗତକାଲି ଖେଳାଯାଇଥିବା ସେମିଫାଇନାରେ ଜାପାନକୁ ୭-୨ ଗୋଲରେ ପରାସ୍ତ କରି ଭାରତ ସିରିଜରେ ଅପରାଜୟ ରହିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସେମିର ପ୍ରଥମାର୍ଦ୍ଧ ବେଶ ରୋମାଞ୍ଚକର ଥିଲା । ଖେଳର ପ୍ରଥମ ଦୁଇ ମିନିଟ୍ରେ ଭାରତ ବିରୋଧରେ ଗୋଲ ଦେଇଥିଲା ଜାପାନ । ତେବେ ଖେଳର ୭ମ ମିନିଟରେ ପାଲଟା ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲା ଭାରତୀୟ ଟିମ । ଏହା ପରେ ଖେଳ ଶେଷ ପଯ୍ୟର୍ନ୍ତ ପଡିଆ ଭିତରେ ନିଜର କାୟା ବିସ୍ତାର କରି ଗୋଲ ପରେ ଗୋଲ ଦେଇ ଚାଲିଥିଲେ ଭାରତୀୟ ଖେଳାଳୀ। ଭାରତ ପକ୍ଷରୁ ରମନଦୀପ ସିଂ ତିନୋଟି ଗୋଲ ଦେଇ ମ୍ୟାଚର ଖେଳାଳୀ ଭାବେ ପୁରୁସ୍କୃତ ହୋଇଛନ୍ତି । ସେହିପରି ଅନ୍ୟ ଏକ ସେମିରେ ଆମେରିକାକୁ ୨-୧ ଗୋଲରେ ହରାଇ ଫାଇନାଲକୁ ଏଣ୍ଟ୍ରି କରିଛି ଦକ୍ଷିଣ ଆଫ୍ରିକା। ଏଫଆଇଏଚ୍ ପୁରୁଷ ସିରିଜ ଫାଇନାଲ କିଏ ହାତେଇବ ତାହା ଦେଖିବାକୁ ବାକି ରହିଲା। ଏହାସହ ଅଲମ୍ପିକ୍ କ୍ବାଲିଫାୟାର ମ୍ୟାଚ୍ କଳିଙ୍ଗ ଷ୍ଟାଡ଼ିୟମରେ ଖେଳା ଯିବା ନେଇ ସୂଚନା ରହିଛି।
Comments are closed.