ଶ୍ରଦ୍ଧାଞ୍ଜଳି ପାଇଲେ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର: ମୁଖ୍ୟ ଅତିଥିଭାବେ ଯୋଗ ଦେଲେ ଓଡ଼ିଆ କବି ହରପ୍ରସାଦ ଦାସ
![](https://www.odishalink.com/wp-content/uploads/2019/06/odia.png)
ନୂଆଦିଲ୍ଲୀ : ପୁସ୍ତକ ‘ଶ୍ରୀମୟୀ ମା’ର ଅନୁବାଦ ପାଇଁ ଓଡ଼ିଆ ଅନୂବାଦିକା ଶ୍ରଦ୍ଧାଞ୍ଜଳି କାନୁନଗୋଙ୍କୁ ୨୦୧୮ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପ୍ରଦର୍ଶନ କରିଛି। ସନ୍ଧ୍ୟାରେ ତ୍ରିପୁରାର ରାଜଧାନୀ ଅଗରତାଲାର ସୁକାନ୍ତ ଏକାଡେମୀ ସଭାକକ୍ଷରେ ସାହିତ୍ୟ ଅକାଦେମୀର ୨୦୧୮ ବର୍ଷର ପୁରସ୍କାର ଅର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକାଡେମୀର ସଚିବ କେ, ଶ୍ରୀନିବାସ ରାଓ ସ୍ବାଗତଭାଷଣ ଦେଇଥିଲେ ଏବଂ ସଭାପତି ଚନ୍ଦ୍ରଶେଖର କମ୍ବର କୃତୀ ଅନୁବାଦକମାନଙ୍କୁ ତାମ୍ରଫଳକ ଓ ୫୦ ହଜାର ଟଙ୍କା ସମ୍ବଳିତ ଏହି ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଆ କବି ହରପ୍ରସାଦ ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ସ୍ତରୀୟ ଏକ ଅନୁବାଦ ଅନୁଷ୍ଠାନର ପ୍ରତିଷ୍ଠା ଉପରେ ଗରୁତ୍ବ ଦେଇଥିଲେ। ଅନ୍ୟ ୨୩ଟି ଭାଷାର ଅନୁବାଦକ/ଅନୁବାଦିକାଙ୍କ ସହିତ ଓଡିଆ ଅନୁବାଦିକା ଶ୍ରଦ୍ଧାଞ୍ଜଳି କାନୁନଗୋଙ୍କୁ ଏହି ପରୁସ୍କାର ପ୍ରଦାନ କରାଯାଇଥିଲା।ଉଲ୍ଲେଖନୀୟ ଯେ ବିଖ୍ୟାତ ବଙ୍ଗଳା ଓୌପନାସିକ ନବକୁମାର ବସୁଙ୍କ ଯୁଗ୍ମ ଉପନ୍ୟାସ ଶ୍ରରମୟୀ ମା ର ଅନୁବାଦପାଇଁ ଶ୍ରଦ୍ଧାଞ୍ଜଳି ଏହି ପୁରସ୍କାର ପାଇଛନ୍ତି। ଉତ୍ସବ ଉପଲକ୍ଷେ ମୁଦ୍ରିତ ସ୍ବତନ୍ତ୍ର ପୁସ୍ତିକାରେ ଏହି ଅନୂଦିତ କୃତି ଶ୍ରୀମୟୀ ମା ର ଉଚ୍ଚପ୍ରଶଂସା କରି କୁହାଯାଇଛି, ଅନୁବାଦିକା ଉନବିଂଶ ଶତାବ୍ଦୀର ସମାପ୍ତି ତଥା ବିଂଶ ଶତାବ୍ଦୀ ଆରମ୍ଭ ସମୟର କଲିକତାର ଚିତ୍ର ଓ ଚରିତ୍ର ଏବଂ ସଂସ୍କୃତିକ ପରିବେଶକୁ ଅନୁବାଦରେ ଜୀବନ୍ତ ଭାବରେ ଚିତ୍ରିତ କରିବାରେ ସଫଳ ହୋଇଛନ୍ତି। ମୂଳ ରଚନାର ସ୍ବାଦ ଓ ପ୍ରବହମାନତାକୁ ବିନା କୌଣସି କୃତ୍ରିମତାରେ ସଫଳ ଭାବରେ ରୂପାୟିତ କରିପାରିଛନ୍ତି। ଉତ୍ସବର ଶେଷରେ ଅକାଦେମିର ଉପସଭାପତି ମାଧବ କୌଶିକ ଭାଷଣ ଦେଇ ଏହି ଉତ୍ସବର ସଫଳତାପାଇଁ ସଂପୃକ୍ତ ଅନୁବାଦକ ଅନୁବାଦିକାଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା କାଲି ପୁରସ୍କୃତ ଅନୁବାଦକ ଅନୁବାଦିକାମାନେ ଏକ ସ୍ବତନ୍ତ୍ର ଅଧିବେଶନରେ ସେମାନଙ୍କର ଅନୁବାଦ ଅନୁଭୂତି ସଂପର୍କରେ ବକ୍ତବ୍ୟ ଦେବେ।
Comments are closed.