କୁଷ୍ଠ ରୋଗୀଙ୍କୁ କାଖେଇ ରାସ୍ତା ପାର କଲେ ଡାକ୍ତର

ବୁର୍ଲା : ପୂର୍ବରୁ କୁଷ୍ଠ ରୋଗୀଙ୍କୁ ଛୁଇଁଲେ କୁଷ୍ଠ ବ୍ୟାପେ ବୋଲି ଲୋକଙ୍କ ମନରେ ଏଭଳି ଧାରଣା ରହିଆସିଛି । ଏଥିପାଇଁ କୁଷ୍ଠ ରୋଗୀଙ୍କୁ ଅନେକ ଲୋକ ଛୁଅନ୍ତି ନାହିଁ । କୁଷ୍ଠ ରୋଗ ଡେଇଁବା ଆଶଙ୍କାରେ ଲୋକେ ଛୁଇଁବାକୁ ଡରନ୍ତି । କିନ୍ତୁ କୁଷ୍ଠ ରୋଗୀକୁ ଛୁଇଁଲେ କି ସହାୟତା କଲେ କୁଷ୍ଠ ସଂକ୍ରମିତ ହୁଏ ନାହିଁ ବୋଲି ଲୋକଙ୍କୁ ଏଭଳି ବାର୍ତ୍ତା ଦେବା ପାଇଁ ବୁର୍ଲା ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ ବାଟରେ ଗଲାବେଳେ ଜଣେ କୁଷ୍ଠ ରୋଗୀଙ୍କୁ ଟେକିନେଇ ରାସ୍ତା ପାର କରାଇଥିଲେ ।
ଭୀମସାର ସିନିଅର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ ରବିବାର ସକାଳେ ସେ ଯାଉଥିବାବେଳେ ଜୁନାପାଣି କଲୋନୀର ଜଣେ ଭିନ୍ନକ୍ଷମ କୁଷ୍ଠରୋଗୀ ରାସ୍ତା ପାର ହେବାକୁ ଚେଷ୍ଟା କରୁଥିବାବେଳେ ନିଜ ଗାଡିରୁ ଓହ୍ଲାଇ ଡାକ୍ତର ରାମଚନ୍ଦାନୀ ତାଙ୍କୁ କାଖେଇ ରାସ୍ତାପାର କରାଇ ଦେଇଥିଲେ । ଡାକ୍ତରଙ୍କ ଏହି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିଥିଲେ । ଜଣେ କୁଷ୍ଠ ରୋଗୀଙ୍କୁ ଡାକ୍ତର ରାମଚନ୍ଦାନୀ ସହାୟତା କରି ଉଚ୍ଚ ମାନବୀୟ ଚିନ୍ତାଧାରାର ପରିଚୟ ଦେଇଥିବାରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ପ୍ରଶଂସା କରାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଡାକ୍ତରଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
Comments are closed.