ଓଡ଼ିଶାର ରବି ମିଶ୍ର ହେଲେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ବର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଡ଼ିଶାର ରବି ମିଶ୍ରଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ମିଶ୍ର ସେଣ୍ଟ୍ରାଲ ବ୍ୟାଙ୍କ ରିକ୍ପ ମ୍ୟାନଜେମେଣ୍ଟ ବିଭାଗରେ ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ ଥିଲେ। ରୋସମେରୀ ସେବେଷ୍ଟିଅନଙ୍କ କାର୍ଯ୍ୟକାଳ ପୂରିବା ପରେ ରବି ମିଶ୍ରଙ୍କୁ ଏହି ଦାୟିତ୍ବ ମିଳିଥିବା ସୂଚନା ରହିଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଶ୍ରୀ ମିଶ୍ର ନୂତନ ଭାବେ ନିର୍ମିତ ହୋଇଥିବା ପର୍ଯ୍ୟବେକ୍ଷଣୀୟ ଓ ନିୟାମକ କ୍ୟାଡ଼ରର ଦାୟିତ୍ବ ନେବେ। ମେ ୨୧ରେ ଚେନ୍ନାଇଠାରେ ଆୟୋଜିତ ହୋଇଥିବା ସେଣ୍ଟ୍ରାଲ ବୋର୍ଡ଼ ମିଟିଙ୍ଗରେ ପର୍ଯ୍ୟବେକ୍ଷଣୀୟ ଓ ନିୟାମକ କ୍ୟାଡ଼ର ନୂତନ ଭାବେ ଗଠନ କରାଯାଇଥିଲା ବୋଲି ସୂଚନା ରହିଛି।
Comments are closed.