ବିଶିଷ୍ଟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି

ଚେନ୍ନାଇ: ଦେଶର ବିଶିଷ୍ଟ ଓ ଜଣାଶୁଣା ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡ଼ିଛନ୍ତି। ମଣିରତ୍ନମଙ୍କ ହୃଦ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।ପୂର୍ବରୁ ୨୦୦୪ରେ ଫିଲ୍ମ ‘ୟୁବା‘ର ସୁଟିଂ ବେଳେ ସେ ହୃଦ୍ଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ମଣିରତ୍ନମ ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ଟ୍ୱିଟର ଜରିଆରେ ସାମ୍ନାକୁ ଆସିଛି। ଲୋକେଶ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କିତ ଖବର ଟ୍ୱିଟର୍ରେ ଶେୟାର କରିଛନ୍ତି।
https://twitter.com/LokeshJey/status/1140297666800152576
ବର୍ତ୍ତମାନ ମଣିରତ୍ନମ ଡାକ୍ତରଙ୍କ ଅବଜରଭେସନ୍ରେ ଅଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର କୌଣସି ଅପଡେଟ୍ ମିଳିନାହିଁ। ମଣିରତ୍ନମ ହେଉଛନ୍ତି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ଫିଲ୍ମ ନିର୍ମାତା। ସେ ହିନ୍ଦିରେ ମଧ୍ୟ ଅନେକ ସିନେମା ତିଆରି କରିଛନ୍ତି। ସେଗୁଡିକ ମଧ୍ୟରୁ‘ରାବଣ’,‘ଦୀଲ୍ ସେ’, ‘ବମ୍ବେ’, ‘ରୋଜା’, ‘ୟୁବା’ଓ ‘ଗୁରୁ’ ଫିଲ୍ମ ଆଦି ବିପୁଳ ଲୋକପ୍ରିୟତା ଅର୍ଜ୍ଜନ କରିଥିଲା।
Comments are closed.