କାମସାରି ରାତିରେ ଏକୁଟିଆ ଫେରୁଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରର ରୟାଲ ପଡିଆଠାରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୯ଟା ବେଳେ ଯୁବତୀ ଜଣକ କାମ ସାରି ଘରକୁ ଫେରୁଥିବା ସମୟରେ ଯୁବତୀକୁ ନିଛାଟିଆ ଜାଗାରେ ଏକୁଟିଆ ପାଇ ତିନିଜଣ ଯୁବକ ଦୁଷ୍କର୍ମ କରିଛନ୍ତି । ରାସ୍ତା ଅନ୍ଧାର ହୋଇଥିବାରୁ ଏହାର ସୁଯୋଗ ନେଇ ଯୁବକମାନେ ଯୁବତୀକୁ ରାସ୍ତାରୁ ନିକଟସ୍ଥ ଏକ ନିଛାଟଆ ଜାଗାକୁ ଟାଣି ନେଇଥିଲେ । ଯୁବତୀ ସେମାନଙ୍କୁ ବହୁତ ନେହୁରା ହେଇଥିଲେ ବି ଯୁବକ ମାନେ ଶୁଣି ନଥିଲେ ପରେ ଯୁତବୀଙ୍କ ସହ ଦୁଷ୍କର୍ମ କରିଲେ। ଏନେଇ ପୀଡିତା ଯୁବତୀର ପରିବାର ବର୍ଗଙ୍କ ପକ୍ଷରୁ ଗତକାଲି ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ପୋଲିସ ତଦନ୍ତ ଆରମ୍ଭ କରିଛି ।
ପୀଡିତା ଯୁବତୀର ଡାକ୍ତରିମାଇନା କରିବା ସହିତ ଅଭିଯୁକ୍ତ ତିନି ଜଣ ଯୁବକଙ୍କ ଭିତରୁ ଦୁଇ ଜଣକୁ ଅଟକ କରିବାରେ ପୋଲିସ ସକ୍ଷମ ହୋଇଛି । ଜଣେ ଅଭିଯୁକ୍ତ ଫେରାର ରହିଛି । ଅଭିଯୁକ୍ତ ଯୁବକମାନେ ହେଲେ ସହରର ଝୁପୁଡି ପଡାର ୨୫ବର୍ଷ ବୟସ୍କ ସୁଶାନ୍ତ ବାଘ ଓ ରାନୁ ନାଗକୁ । ଏମାନଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ଅନ୍ୟତମ ଅଭିଯୁକ୍ତ ଝୁପୁଡି ପଡାର ୨୪ ବର୍ଷ ବୟସ୍କ ନବ ବାଗକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରୀ ରଖିଛି ।
Comments are closed.