ଅଯୋଧ୍ୟା ବୋମା ବିସ୍ଫୋରଣ ମାମଲା: ୪ଜଣଙ୍କୁ ଆଜୀବନ, ଜଣେ ଖଲାସ
ପ୍ରୟାଗରାଜ: ୨୦୦୫ରେ ହୋଇଥିବା ଅଯୋଧ୍ୟା ବୋମା ବିସ୍ଫୋରଣ ମାମଲାର ଶୁଣାଣି ଆଜି ଆହ୍ଲାବାଦର ଏକ ସ୍ୱତନ୍ତ୍ର କୋର୍ଟ ପ୍ରଦାନ କରିଛନ୍ତି। ସ୍ବତନ୍ତ୍ର କୋର୍ଟ ୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ଜଣକୁ ଦୋଷମୁକ୍ତ କରିଛନ୍ତି। ଆଜୀବନ କାରାଦଣ୍ଡ ପାଇଥିବା ୪ ଜଣ ହେଲେ ଡ.ଇରଫାନ,ମହମ୍ମଦ ଶକୀଲ,ମହମ୍ମଦ ନସୀମ ଓ ଫାରୁକ।ସେହିପରି ମହମ୍ମଦ ଅଜିଜ ନିର୍ଦ୍ଦୋଷରେ ଖଲାସ ହୋଇଛି। ରାମଜନ୍ମଭୂମି ନିକଟରେ ହୋଇଥିବା ଏହି ବୋମା ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିବା ଅପରାଧରେ ଏମାନଙ୍କୁ ସ୍ୱତନ୍ତ୍ର ଜଜ ଦିନେଶ ଚନ୍ଦ୍ର ଉପରୋକ୍ତ ଦଣ୍ଡ ଶୁଣାଇବା ସହ ୪୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି। ଏହି ମାମଲାରେ ମୋଟ ୬୩ ଜଣ ସାକ୍ଷୀ ଦେଇଥିଲେ ସେମାନଙ୍କ ମଧ୍ୟରେ ୧୫ ପୁଲିସ କର୍ମଚାରୀ ଥିଲେ। ସୁରକ୍ଷା କାରଣରୁ ପ୍ରୟାଗରାଜର ନୈନୀ ସ୍ୱତନ୍ତ୍ର ଜେଲରେ ଏକ ଅସ୍ଥାୟୀ କୋର୍ଟ ସ୍ଥାପନ କରାଯାଇଥିଲା। ଏହି ଅଭିଯୁକ୍ତମାନେ ୨୦୦୫ରେ ଅଯୋଧ୍ୟାରେ ଥିବା ରାମଜନ୍ମଭୂମି ପରିସରରେ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଥିଲେ।
Comments are closed.