ପୁଣି ଟିଟୋ ଘରେ କ୍ରାଇମ୍ବ୍ରାଞ୍ଚ ରେଡ୍
![](https://www.odishalink.com/wp-content/uploads/2019/06/tito.jpg)
କେନ୍ଦ୍ରାପଡା : ପୂର୍ବରୁ ଗ୍ୟାଙ୍ଗଷ୍ଟର ଟିଟୋ ଭିଜିଲାନ୍ସ ପକ୍ଷରୁ ୩ଟି ସ୍ଥାନରେ ଚଢଉ ହୋଇ ସାରିଥିଲା । ଭିଜିଲାନ୍ସର ୨ଟି ଟିମ ଏକାସାଙ୍ଗରେ ଏହି ଚଢଉ କରିଥିଲା । ପଟ୍ଟାମୁଣ୍ଡାଇ ସ୍ଥିତ ତହସିଲ ଓ କେନ୍ଦ୍ରାପଡ଼ା ପୌରପାଳିକାରେ ଏହି ଚଢଉ କରାଯାଇଥିଲା । ପୁଣି ଆଜି ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚ ରେଡ୍ କରିଛି । ଟିଟୋର କେନ୍ଦ୍ରାପଡା ଦିଲାରପୁର ସ୍ଥିତ ଘର ଉପରେ ଭୋର ୪ ଟାରେ ଚଢାଉ କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଟିଟୋର ଦୁଇ ଭାଇଙ୍କୁ ଉଠାଇ ନେଇଛି କ୍ରାଇମ୍ବ୍ରାଞ୍ଚ । ଟିଟୋର ବେଆଇନ ବ୍ୟବସାୟରେ ସମ୍ପୃକ୍ତି ନେଇ ଏହି ଚଢାଉ ହୋଇଥିବା ସୂଚନା ମିଳିଛି ।
Comments are closed.