Odisha Link
Bridging the Missing Links in Odisha

ଆମେରିକାରେ ବଢୁଛି ଭାରତୀୟଙ୍କ ସଂଖ୍ୟା

ୱାଶିଂଟନ: ଆମେରିକାରେ ଦିନକୁ ଦିନ ବୃଦ୍ଧି ପାଉଛି ପ୍ରବାସୀ ଭାରତୀୟଙ୍କ ସଂଖ୍ୟା। ୨୦୧୦ ରୁ ୨୦୧୭ ମସିହା ମଧ୍ୟରେ ପ୍ରାୟ ୩୮ ପ୍ରତିଶତ ବୃଦ୍ଧି ଘଟିଥିବା ସାଉଥ ଏସିଆନ ଆମେରିକାନ ନାମକ ସଂଗଠନ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି| ଏହି ରିପୋର୍ଟ ଅନୁସାରେ ବର୍ତ୍ତମାନ ଆମେରିକାରେ ୪୪ ଲକ୍ଷ ଭାରତୀୟ ବାସ କରୁଛନ୍ତି|୨୦୧୦ ମସିହାରେ ୩୧ ଲକ୍ଷ ଭାରତୀୟ ଥିଲେ| ଯାହାକି ୩୮ ପ୍ରତିଶତ କମ ଥିଲା | ସେହିପରି ଅନୈତିକ ଭାବେ ଭାରତୀୟଙ୍କ ସଂଖ୍ୟା ୨୦୧୦ ମସିହାରୁ ୭୨ ପ୍ରତିଶତ ବଢି ୬ ଲକ୍ଷ ୩୦ ହଜାରରେ ପହଁଚିଯାଇଛି | ଭିସା ଅବଧି ସରିଯାଇଥିଲେ ବି ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଏହି ସଂଗଠନ ଉଲ୍ଲେଖ କରିଛି| ୨୦୧୬ ମସିହାରେ ୨ ଲକ୍ଷ ୫୦ ହଜାର ଭାରତୀୟ ଭିସା ସରିଯିବା ପରେ ବି ରହୁଥିଲେ| ବିଶେଷ କରି ଦକ୍ଷିଣ ଏସିଆରୁ ଅଧିକ ସଂଖ୍ୟାରେ ଲୋକ ଆମେରିକା ଆସୁଛନ୍ତି| ୨୦୧୦ରୁ ଏହି ସଂଖ୍ୟା ୩୫ ଲକ୍ଷ ବଢି ୨୦୧୭ ରେ ୫୪ ଲକ୍ଷରେ ପହଂଚିଛି|

ଏହି ରିପୋର୍ଟ ଅନୁସାରେ ୨୦୧୦ ମସିହାରୁ ନେପାଳ ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୬ ପ୍ରତିଶତ ବଢିଛି|ସେହିପରି ଭାରତୀୟଙ୍କ ସଂଖ୍ୟା ୩୮ ପ୍ରତିଶତ, ଭୁଟାନର ଲୋକଙ୍କ ସଂଖ୍ୟା ୩୮ ପ୍ରତିଶତ, ପାକିସ୍ଥାନର ଲୋକଙ୍କ ସଂଖ୍ୟା ୩୩ ପ୍ରତିଶତ, ବଙ୍ଗଳାଦେଶର ଲୋକଙ୍କ ସଂଖ୍ୟା ୨୬ ପ୍ରତିଶତ ଓ ଶ୍ରୀଲଙ୍କାର ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ବଢିଛି| ବଡ କଥା ହେଉଛି ଯେ ୟୁଏସ ଇମିଗ୍ରେସନ ଓ କଷ୍ଟମ ଏନ୍ଫୋର୍ସମେଣ୍ଟ ୨୦୧୭ ମସିହାରେ ୩୦୧୩ ଦକ୍ଷିଣ ଏସିଆର ଲୋକଙ୍କୁ ଗିରଫ କରିଛି|

Comments are closed.