ସହିଦ ଓଡିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ : ଟ୍ୱିଟ କରି ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ନବୀନ ପଟ୍ଟନାୟକ
![](https://www.odishalink.com/wp-content/uploads/2019/06/Naveen-Patnaik.jpg)
ଭୁବନେଶ୍ୱର : ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିବା ଓଡିଆ ପୁଅ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ ମାଧ୍ୟମରେ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଦେଶ ପ୍ରତି ସାହସୀ ଯବାନଙ୍କ ବଳିଦାନକୁ ସ୍ୟାଲୁଟ କରିଛନ୍ତି । ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିଲେ ଓଡିଆ ଯବାନ ଅଜିତ ସାହୁ ।
ଆଜି ଓଡିଶା ଆସିବ ସହିଦ ଅଜିତ ସାହୁଙ୍କ ପ୍ରାର୍ଥୀବ ଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇ ସେଠାରୁ ତାଙ୍କ ମରଶରୀରକୁ ଜନ୍ମମାଟି କାମାକ୍ଷାନଗରର ବଡସୁଆଳ ଗାଁକୁ ନିଆଯିବ । ଆତଙ୍କବାଦୀଙ୍କ ଆକ୍ରମଣରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସହିଦ୍ ହୋଇଛନ୍ତି ଢ଼େଙ୍କାନାଳ ବଡ଼ସୁଆଳ ଗାଁର ଅଜିତ ସାହୁ । ସୋମବାର ଯବାନଙ୍କ ଗାଡି ଉପରକୁ ଆକ୍ରମଣ ସହ ବିସ୍ପୋରଣ କରି ଉଡାଇଦେଇଥିଲେ ଆତଙ୍କବାଦୀ । ଅଜିତ୍ ମାତ୍ର ୪ବର୍ଷ ତଳେ ୨୦୧୫ରେ ଭାରତୀୟ ସୈନ୍ୟବାହିନୀରେ ଯୋଗ ଦେଇଥିଲେ । ତାଲିମ ଶେଷ ପରେ କୋଲକାତାରେ ୨ବର୍ଷ କାର୍ଯ୍ୟ କରିଥିଲେ । ସେଠାରୁ ତାଙ୍କର ଜମ୍ମୁ-କଶ୍ମୀରକୁ ବଦଳି ହୋଇଥିଲା । ମୃତ୍ୟୁ ଖବର ଜାଣିବା ପରେ କାମାକ୍ଷାନଗର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି କାନ୍ଦବୋବାଳିରେ ଫାଟି ପଡୁଛି ଜନ୍ମମାଟି ।
Comments are closed.