୫୦ ଛୁଇଁଲେ ରାହୁଲ, ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
![](https://www.odishalink.com/wp-content/uploads/2019/06/rahul-gadnhi.jpg)
ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ତାଙ୍କୁ ଟୁଇଟ୍ର ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର୍ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜନ୍ମଦିନରେ ଶ୍ରୀ ରାହୁଳ ଗାନ୍ଧୀଙ୍କୁ ଶୁଭେଚ୍ଛା। ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଓ ସେ ଦୀର୍ଘଜୀବୀ ହୁଅନ୍ତୁ। କଂଗ୍ରେସ ମୁଖ୍ୟଙ୍କର ସ୍ୱତନ୍ତ୍ର ଦିନ ପାଳନ କରିବା ଅବସରରେ ବୁଧବାର ସକାଳେ ପାର୍ଟି ଏକ ଥ୍ରୋବ୍ୟାକ୍ ଟୁଇଟ୍ କରିଛି। ସେଥିରେ ରାହୁଳ ଦେଶବାସୀଙ୍କୁ ପ୍ରେରଣା ଦେଉଥିବାର କଥା ସ୍ମରଣ କରାଯାଇଛି।‘ଏକ ଦେଶ, ଏକ ନିର୍ବାଚନ’ କୁ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ସମେତ କଂଗ୍ରେସ ମଧ୍ୟ ବିରୋଧ କରୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଡକାଇଥିବା ବୈଠକରେ ବିରୋଧୀମାନେ ଯୋଗ ଦେବା ନ ଦେବା କଥା ମଧ୍ୟ ଆଜି କଂଗ୍ରେସ ମୁଖ୍ୟଙ୍କ ପାଇଁ ଗୁରୁତ୍ୱ ବହନ କରୁଛି।
Best wishes to Shri @RahulGandhi on his birthday. May he be blessed with good health and a long life.
— Narendra Modi (@narendramodi) June 19, 2019
Comments are closed.