ଏମ୍ବିବିଏସ୍ ଓ ବିଡିଏସ୍ ପାଇଁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର : ଆଜିଠୁ NEETରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଅନଲାଇନ୍ ପଞ୍ଜିକରଣ ପାରିବେ । ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅନ୍ଲାଇନ୍ ପଞ୍ଜିକରଣ ୨୫ ଜୁନ୍ ପର୍ଯ୍ୟନ୍ତ ଚାଲିବ। ୨୬ ଜୁନରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ୨୬ରୁ ୨୯ ଜୁନ ପର୍ଯ୍ୟନ୍ତ ନୋଡାଲ ସେଣ୍ଟର ଗୁଡିକରେ ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ।
ଆସନ୍ତା ଜୁଲାଇ ୧ ତାରିଖରେ ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୧ରୁ ୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍ ଲକିଂ କରିପାରିବେ। ୪ ଜୁଲାଇରୁ ଛାତ୍ରଛାତ୍ରୀ ପ୍ରୋଭିଜନାଲ ଆଲଟମେଣ୍ଟ ଲେଟର ଡାଉନଲୋଡ କରିପାରିବେ। ଏହାପରେ ୫ ଜୁଲାଇରୁ ୯ ଜୁଲାଇ ମଧ୍ୟରେ ପ୍ରଥମ ରାଉଣ୍ଡ ନାମଲେଖା, ୨୭ରୁ ୩୦ ଜୁଲାଇ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ।୪ ଅଗଷ୍ଟରୁ ୮ ଅଗଷ୍ଟ ମଧ୍ୟରେ ଖାଲିଥିବା ସିଟ୍ ପାଇଁ ସ୍ପଟ୍ ଆଡମିଶନ ହେବ। ସେହିପରି ଇଞ୍ଜିନିଅରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜିଠୁ କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।
Comments are closed.