ଏନ୍ସେଫାଲାଇଟିସ୍ ରୋଗରେ ୧୫୮ ଜଣ ଶିଶୁ ମୃତ୍ୟୁ

ମୁଜାଫରପୁର: ଏନ୍ସେଫାଲାଇଟିସ୍ ରୋଗ ପାଇଁ ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ନେଇ ସରକାର କୌଣସି ସମାଧାନର ବାଟ ବାହାର କରିପାରୁ ନଥିବା ବେଳେ ମୃତ୍ୟୁସଂଖ୍ୟା ୧୫୮ରେ ପହଞ୍ଚିଲାଣି। ଜୁନ ମାସ ଆରମ୍ଭରୁ ଏହି ସମସ୍ୟା ଆରମ୍ଭ ହୋଇଥିବା ବେଳେ ଚାହୁଁ ଚାହୁଁ ୧୫୮ ଜଣ ଶିଶୁ ଏନ୍ସେଫାଲାଇଟିସ୍ ଶିକାର ହୋଇ ସାରିଲେଣି। ମୁଜାଫରପୁରରେ ୧୨୨ଶିଶୁଙ୍କ ଜୀବନ ଯାଇଥିବା ବେଳେ ବେଗୁସରାଇରେ ୬ଜଣ, ସମସ୍ତିପୁରରେ ୫ଜଣ, ମୋତିହାରିରେ ୨ଜଣ, ପାଟନାରେ ୨ଜଣ, ବେଟିହାରେ ୨ଜଣ, ଭାଗଲପୁରରେ ଜଣେ, ଗୋପାଳଗଞ୍ଜରେ ଜଣେ ଏବଂ ବୈଶାଲିରେ ୧୭ଜଣ ପ୍ରାଣ ହରାଇଥିବା ଜଣା ପଡ଼ିଛି।
ଏହା ପୂର୍ବରୁ ସୋମବାର ରାଷ୍ଟ୍ରୀୟ ମାନବାଧିକାର ଆୟୋଗ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ବିହାର ସରକାରଙ୍କୁ ଏ ନେଇ ନୋଟିସ ପଠାଇଥିଲେ। ମିଡିଆରେ ଏନ୍ସେଫାଲାଇଟିସ୍ ପାଇଁ ବଢ଼ୁଥିବା ଶିଶୁ ମୃତ୍ୟୁକୁ ନେଇ ଖବର ଆସିବା ପରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଏ ନେଇ ସଂପୂର୍ଣ୍ଣ ବିବରଣୀ ଦେବାକୁ ଆଦେଶ ଦେଇଥିଲେ। ଏହି ରୋଗର କିଭଳି ମୁକାବିଲା କରାଯାଇ ପାରିବ ସେ ନେଇ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ତତ୍ପର ହୋଇ ଉଠୁଥିବା କହିଥିଲେ ଜଣେ ବରିଷ୍ଠ ଅଧିକାରୀ। ତେବେ ଏ ପର୍ଯ୍ୟନ୍ତ ଏହି ରୋଗର ମୁକାବିଲା ପାଇଁ ସେଭଳି କୌଣସି ପଦକ୍ଷେପ ନିଆ ଯାଇ ନାହିଁ।
Comments are closed.