ସହିଦଙ୍କ ମରଶରୀରରେ ବିଜେଡି ପତାକା ମାମଲା
ଭୁବନେଶ୍ୱର : ପୁଲୱାମାଠାରେ ଆଇଡ଼ି ବିସ୍ଫୋରଣରେ ଓଡ଼ିଆ ଯବାନ ଅଜିତ ସାହୁ ସହିଦ ହୋଇ ଯାଇଛନ୍ତି । କାଲି ତାଙ୍କ ଶେଷକୃତ୍ୟ ସରିଛି । ହେଲେ ତାଙ୍କ ମରଶରୀର ଉପରେ ବିଜେଡ଼ି ପତାକା ଢ଼ାଙ୍କିବା ଘଟଣାକୁ ନିନ୍ଦା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସହିଦ୍ ଅଜିତ ସାହୁଙ୍କ ମରଶରୀର ନେଇ ଆସିଥିବା କଫିନ୍ ଉପରେ ବିଜେଡିର ଦଳୀୟ ପତାକା ଢଙ୍କାଯିବା ଘଟଣାକୁ ଟ୍ୱିଟ୍ କରି ନିନ୍ଦା କରିଛନ୍ତି ।
ସେ ନିଜର ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ସହିଦ ଓଡ଼ିଆ ଯବାନଙ୍କୁ ନେଇ ଶାସକ ଦଳର ଏଭଳି ରାଜନୀତି ଦୁର୍ଭାଗ୍ୟଜନକ। କଫିନ ଉପରେ ତ୍ରିରଙ୍ଗା ପରିବର୍ତ୍ତେ ଦଳୀୟ ପତାକା ଢଙ୍କାଯିବା ନିନ୍ଦନୀୟ।ଏଭଳି ଘଟଣାର ଦୃଷ୍ଟି ଆକର୍ଷଣ ପାଇଁ ଜାତୀୟ ଗଣମାଧ୍ୟମକୁ ବୈଜୟନ୍ତ ପଣ୍ଡା ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି,“ ଏହି ଘଟଣା ପାଇଁ ବିଜେଡି କ୍ଷମା ମାଗୁ।” ଏ ଘଟଣା ନେଇ ସହିଦ ଅଜିତ ସାହୁଙ୍କ ସଂପର୍କୀୟ ଭାଇ ପରମେଶ୍ୱର କହିଛନ୍ତି,“ଖୁଣ୍ଟୁଣୀରେ ବିଜେଡି କର୍ମୀ ତାଙ୍କ ମରଶରୀର ଉପରେ ଦଳୀୟ ପତାକା ପକାଇଥିଲେ। ମୋତେ ଏହା ଭଲ ନଲାଗିବାରୁ, ମୁଁ ଏହାକୁ କାଢ଼ି ଦେଇଥିଲି। ତେବେ ଅଳ୍ପ ସମୟ ଭିତରେ ଲୋକେ ଫଟୋ ଉଠାଇ ଏହାକୁ ଭାଇରାଲ୍ କରି ଦେଇଥିଲେ। ମୋ ଭାଇ ଦେଶ ପାଇଁ ସହିଦ ହୋଇଛି, କୌଣସି ଦଳ ପାଇଁ ନୁହେଁ।” ଉକ୍ତ ଫଟୋଟିକୁ ସୋଶାଲ୍ ମିଡିଆରେ ଭାଇରାଲ୍ ନ କରିବାକୁ ଓ ଏ ଘଟଣା ନେଇ ରାଜନୀତି ନ କରିବାକୁ ପରମେଶ୍ୱର ଅନୁରୋଧ କରିଛନ୍ତି।
ସେପଟେ ଏହି ଘଟଣାକୁ ନେଇ ମୁହ ଖୋଲିଛନ୍ତି ବିଜେଡିର ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି ଏପରି ଘଟଣା ଦୁର୍ଭାଗ୍ୟଜନକ ସେ ଆହୁରୀ ମଧ୍ୟ କହିଛନ୍ତି ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
Comments are closed.