Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ

ନୂଆଦିଲ୍ଲୀ: ଆଜି ଭାରତ ସହିତ ସାରା ବିଶ୍ୱ ପାଳନ କରୁଛି ପଞ୍ଚମ ବିଶ୍ବ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଞ୍ଚିଠାରେ ୩୦ ହଜାରରୁ ଉର୍ଦ୍ଧ ଲୋକଙ୍କ ସହ ମିଶି ଯୋଗ କରିଥିଲେ। କିନ୍ତୁ ଏବେ ଏକ ଚମକାଇଦେଲା ଭଳି କଥା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଆସିଥିବା ସୂଚନା ରହିଛି। ଏ ଧମକ ଏକ ୫୦୦ ଟଙ୍କିଆ ନୋଟରେ ଲେଖାହୋଇଛି। କେରଳ ରାଜ୍ୟର ତ୍ରିଶୁର ସହରର ଗୁରବାୟୁର ମନ୍ଦିର ଅଫିସରେ ଏକ ଲଫାପା ମିଳିଥିଲା। ଏହି ଲଫାପାରେ ଏକ ୫୦୦ଟଙ୍କା ଥିଲା। ଏହି ୫୦୦ଟଙ୍କିଆ ନୋଟରେ ମାଲାୟାଲାମ୍‌ ଭାଷାରେ ‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରି ଦିଆଯିବ ଏବଂ ତାଙ୍କ ବେକ କାଟି ଦିଆଯିବ’ ବୋଲି ଧମକ ଲେଖାଯାଇଛି। ଏହି ଖବର ଆସିବା ପରେ ଗୁଇନ୍ଦା ବିଭାଗ ଏହାର ସତ୍ୟତା ଉପରେ ଯାଞ୍ଚ କରୁଛି।

Comments are closed.