ବିଜେଡ଼ି ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେବ
ନୂଆଦିଲ୍ଲୀ : ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଲୋକସଭାରେ ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଏହି ଆଲୋଚନାରେ ବିଜୁ ଜନତା ଦଳ ଭାଗ ନେବ। ବିଜେଡି ପକ୍ଷରୁ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଆଲୋଚନାରେ ଭାଗ ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ ବୋଲି ସୂଚନା ରହିଛି। ୨୦ ତାରିଖ ଦିନ ରାଷ୍ଟ୍ରପତି ତାଙ୍କ ମିଳିତ ଅଭିଭାଷଣରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ କରିଥିଲେ। ବିଜେଡି ସଂସଦୀୟ ଦଳର ନେତାଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଓଡ଼ିଶା ସମ୍ପର୍କିତ ଏକାଧିକ ପ୍ରସଙ୍ଗ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡିଛି। ବିଜିନେସ୍ ଆଡଭାଇଜରି କମିଟି ବୈଠକର ନିଷ୍ପତ୍ତି ଅନୁସାରେ ସୋମବାର ଓ ମଙ୍ଗଳବାର ୧୦ ଘଣ୍ଟା ଧରି ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଅନୁଷ୍ଠିତ ହେବ। ସୋମବାର ଶୂନ୍ୟକାଳ ଓ ଭୋଜନ ଅବକାଶ ହେବ ନାହିଁ। ମଙ୍ଗଳବାର ଦିନ ଶୂନ୍ୟକାଳ ହେବ କିନ୍ତୁ ଭୋଜନ ଅବକାଶ ହେବନାହିଁ ବୋଲି ବିଜିନେସ୍ ଆଡଭାଇଜରି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।
Comments are closed.