ସରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଶେଷ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଥିଲା । ବିଧାନସଭାର ଶୃଙ୍ଖଳିତ ଓ ଗଠନମୂଳକ ପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଥିଲା ବୋଲି ସୂଚନା ମିଳିଛି । ଦିନକୁ ଗୋଟିଏ ପରିବର୍ତ୍ତେ ୨ଟି ମୁଲତବୀ ପ୍ରସ୍ତାବ ଗ୍ରହଣ ପାଇଁ ଦାବି ହୋଇଛି । ବିରୋଧୀଙ୍କ ପ୍ରସ୍ତାବ ବିଚାର କରିବାକୁ ବାଚସ୍ପତି ପ୍ରତିଶ୍ରୁତି ଦେଇଛନ୍ତି । ଧ୍ୟାନ ଆକର୍ଷଣକାରୀ ପ୍ରଶ୍ନର ଉତ୍ତରକୁ ସଂକ୍ଷିପ୍ତ କରିବାକୁ ଏହି ବୈଠକରେ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଅଧିକ ପ୍ରସ୍ତାବ ଆସିବା ନେଇ ବିରୋଧୀମାନେ ଆଶାବାଦୀ ଅଛନ୍ତି ।
Comments are closed.