କ୍ରିକେଟ ମହାକୁମ୍ଭ ୨୦୧୯: ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଲେ ୨ଟି ଟିମ୍

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ର ୩୦ ତମ ମ୍ୟାଚ ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମୁକାବିଲାରେ ସାଉଥ ଆଫ୍ରିକାକୁ ହରାଇ ପାକିସ୍ତାନ ବିଜୟୀ ହୋଇଛି। ବର୍ତ୍ତମାନ କ୍ରିକେଟ ମହାକୁମ୍ଭର ଦ୍ବାଦଶ ସଂସ୍କରଣର ପ୍ରାୟ ଅଧାରୁ ଅଧିକ ଲିଗ୍ ମ୍ୟାଚ ଶେଷ ହୋଇ ସାରିଲାଣି। ତେବେ ବିଶ୍ବକପ୍ ସେମିଫାଇନାଲରେ କେଉଁ ୪ଟି ଦଳ ଖେଳିବେ ସ୍ପଷ୍ଟ ଚିତ୍ର ଆସିନାହିଁ। କିନ୍ତୁ ପଏଣ୍ଟ ଟେବୁଲକୁ ନଜର ପକେଇଲେ ଜଣାପଡ଼ୁଛି ବିଶ୍ବକପ୍ ସେମିଫାଇନାଲ ଦୌଡ଼ରୁ ଏକରକମ ୨ଟି ଟିମ୍ ବାଦ ପଡ଼ିଛନ୍ତି। ଯାହା ମଧ୍ୟରୁ ଗୋଟିଏ ଟିମ୍ ହେଉଛି ଆଫଗାନିସ୍ତାନ, ଯିଏ ୬ଟି ମ୍ୟାଚରୁ ଗୋଟିଏ ବି ମ୍ୟାଚ ଜିତିପାରିନାହିଁ। ଏବଂ ଅନ୍ୟଟି ହେଲା ସାଉଥ ଆଫ୍ରିକା। ଯିଏକି ୭ଟି ମ୍ୟାଚରୁ ଗୋଟିଏ ମ୍ୟାଚ ଜିତିଥିବା ବେଳେ ମୋଟ ୩ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶେଷର ଦ୍ବିତୀୟ ସ୍ଥାନରେ ଅଛି।
ବର୍ତ୍ତମାନସୁଦ୍ଧା ବିଶ୍ୱକପରେ ୩୦ଟି ମ୍ୟାଚ ଖେଳା ସରିଲାଣି ଯାହା ଅତି ରୋମାଞ୍ଚକର ରହିଛି । ତେବେ ୬ ଟି ମ୍ୟାଚରୁ ୧୧ ଅଙ୍କ ସହ ନ୍ୟୁଜିଲାଣ୍ଡ ଟପରେ ଥିବା ବେଳେ, ୬ଟି ମ୍ୟାଚରୁ ୫ଟି ମ୍ୟାଚ ଜିତି୧୦ ଅଙ୍କ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ବିଶ୍ୱକପର ୧୨ତମ ସିଜିନରେ ଟିମ୍ ଇଣ୍ଡିଆ ୯ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି ଓ ୮ ଅଙ୍କ ସହ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି।
Comments are closed.