ଇନ୍ଦିରା ଗାନ୍ଧିଙ୍କୁ ଗିରଫ କରିଥିବା ଆଇପିଏସ୍ ଭି.ଆର.ଲକ୍ଷ୍ମୀନାରାୟଣଙ୍କ ପରଲୋକ

ଚେନ୍ନାଇ: ୧୯୭୭ ମସିହାରେ ସାରା ଦେଶରେ ଚହଳ ପକାଇଥିବା ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭି.ଆର.ଲକ୍ଷ୍ମୀନାରାୟଣ ଆଉ ନାହାନ୍ତି। ଗତକାଲି ତାଙ୍କର ଚେନ୍ନାଇର ଆନ୍ନା ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ପୂର୍ବତନ ପୁଲିସ ଅଧିକାରୀ ଡିଜିପି ଲକ୍ଷ୍ମୀନାରାୟଣ କିଛି ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିବାର ସୂଚନା ମିଳିଛି। ତାଙ୍କର ଜଣେ ପୁଅ ଓ ୨ ଜଣ ଝିଅ ଅଛନ୍ତି।
ସୂଚନାଥାଉକି,୧୯୭୭ ମସିହାରେ ସିବିଆଇର ଜଏଣ୍ଟ ଡାଇରେକ୍ଟର ଥିଲେ। ସେହି ସମୟରେ ଭିଆର ଲକ୍ଷ୍ମୀନାରାୟଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାଜି ଦେଶାଇ ସରକାରଙ୍କ ନିର୍ଦ୍ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିଲେ। ଭିଆର ନାଁରେ ପରିଚିତ ଲକ୍ଷ୍ମୀନାରାୟଣ ୧୯୫୧ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ । ଲକ୍ଷ୍ମୀନାରାୟଣ ସ୍ୱର୍ଗତ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ଚରଣ ସିଂହ, ମୋରାରଜି ଦେଶାଇ ସମେତ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଅଧିନରେ କାମ କରିଥିଲେ । ୧୯୮୫ ମସିହାରେ ଲକ୍ଷ୍ମୀନାରାୟଣ ତାମିଲନାଡୁର ପୋଲିସ ମହାନିଦ୍ଦେର୍ଶକ ଥିବା ବେଳେ ଅବସର ନେଇଥିଲେ।
Comments are closed.