ମୋ ବସ୍ ସେବା ଷ୍ଟପ !

ଭୁବନେଶ୍ବର : ଭୁବନେଶ୍ୱରରେ ‘ମୋ ବସ୍’ କଣ୍ଡକ୍ଟର କର୍ମଚାରୀମାନେ ବକେୟା ଦରମା ଦାବିକରି ଧାରଣା ଦେଇଛନ୍ତି । ଫଳରେ ଆଜି ରାଜଧାନୀର ବିଭିନ୍ନ ରୁଟ୍ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ୧୨ଟି ରୁଟରେ ପାଖାପାଖି ୧୦୦ଟି ବସ୍ ଅଟକି ରହିଥିବା ବେଳେ ଯାତାୟାତ ପାଇଁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଗତ ୩ ମାସ ହେଲା ସେମାନଙ୍କୁ ଦରମା ଦିଆଯାଇନଥିବା ଅଭିଯୋଗ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
Comments are closed.