ଲୋକସଭାରେ ଶପଥ ନେଲେ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ
ନୂଆଦିଲ୍ଲୀ: ଆଜି ଲୋକସଭାରେ ଟିଏମ୍ସି ନେତା ତଥା ବେଙ୍ଗଲ ଅଭିନେତ୍ରୀ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ ସାଂସଦ ଭାବେ ଶପଥ ନେଇଛନ୍ତି। ଲୋକସଭାରେ ୧୭ରୁ ୧୯ ତାରିଖ ଯାଏ ନବନିର୍ବାଚିତ ସାଂସଦମାନେ ଶପଥ ନେଇଥିଲେ। ହେଲେ ଟିଏମସି ଟିକେଟରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଓ ମିମି ଶପଥ ନେଇପାରି ନଥିଲେ।କାରଣ ନୁସରତ ନିଜର ବାହାଘର ପାଇଁ ତୁର୍କୀ ଯାଇଥିବାରୁ ଶପଥ ନେଇପାରି ନଥିଲେ। ସେହିପରି ଏହି ବାହାଘରରେ ଯୋଗଦେବା ପାଇଁ ମିମି ମଧ୍ୟ ତାଙ୍କ ସହ ତୁର୍କୀ ଯାଇଥିଲେ। ଉଭୟ ଶପଥ ନେଇପାରି ନଥିବାରୁ ଆଜି ସ୍ୱତନ୍ତ୍ର ଭାବେ ବାଚସ୍ପତି ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉଭୟ ପଦ ଓ ଗୋପନୀୟତାର ଶପଥ ନେବା ପରେ ବନ୍ଦେ ମାତରମ, ଜୟ ହିନ୍ଦ ଓ ଜୟ ବେଙ୍ଗଲ ନାରା ଦେଇଥିଲେ। ଶପଥ ନେବା ପରେ ଉଭୟ ବାଚସ୍ପତି ଓମ ବିର୍ଲାଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ।
#WATCH: TMC's winning candidate from Basirhat (West Bengal), Nusrat Jahan takes oath as a member of Lok Sabha today. pic.twitter.com/zuM17qceOB
— ANI (@ANI) June 25, 2019
#WATCH: TMC's winning candidate from Jadavpur (West Bengal), Mimi Chakraborty takes oath as a member of Lok Sabha. pic.twitter.com/NWD8OCCIio
— ANI (@ANI) June 25, 2019
Comments are closed.