ବିଜେପି ବିଧାୟକଙ୍କ ଦାଦାଗିରି

ଇନ୍ଦୋର: ଓଡ଼ିଶାରେ ସରୋଜ ମେହେରଙ୍କ ଦବଙ୍ଗଗିରୀକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଇନ୍ଦୋରରେ ଜଣେ ବିଜେପି ବିଧାୟକଙ୍କ ଗୁଣ୍ଡାଗିରି ସାମନାକୁ ଆସିଛି। ସରୋଜ ମେହେରଙ୍କ ଘଟଣା ସମସ୍ତଙ୍କ ମନରୁ ନ ଲିଭୁଣୁ ମଧ୍ୟପ୍ରଦେଶରେ ଜଣେ ବିଧାୟକଙ୍କ ଦବଙ୍ଗଗିରୀ ଏବେ ଗଣମାଧ୍ୟମରେ ଚର୍ଚାର ବିଷୟ ପାଲଟିଛି। ମଧ୍ୟପ୍ରଦେଶ ଇନ୍ଦୋର ସହରରେ ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗିଙ୍କ ପୁଅ ତଥା ବିଧାୟକ ଆକାଶ ଆଜି ଜଣେ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ବ୍ୟାଟରେ ପିଟିଛନ୍ତି । ଜବରଦଖଲ ଉଚ୍ଛେଦ କରିବାକୁ ଆସିଥିବା ଅଫିସରଙ୍କୁ ଆକାଶ ଗୋଡ଼ାଇ ଗୋଡ଼ାଇ ବ୍ୟାଟରେ ପିଟିଛନ୍ତି । ତେବେ ବିଧାୟକଙ୍କ ଏହି ମାଡ଼ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା ମଧ୍ୟପ୍ରଦେଶ ସରକାର ଏଥିପ୍ରତି କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।
#WATCH Madhya Pradesh: Akash Vijayvargiya, BJP MLA and son of senior BJP leader Kailash Vijayvargiya, thrashes a Municipal Corporation officer with a cricket bat, in Indore. The officers were in the area for an anti-encroachment drive. pic.twitter.com/AG4MfP6xu0
— ANI (@ANI) June 26, 2019
Comments are closed.