ଦୁବାଇରେ ଫସିଥିବା ଓଡ଼ିଆ ଯୁବକ ଭାରତ ଫେରିଲେ
ନୂଆଦିଲ୍ଲୀ: ଦୁବାଇରେ ଫସି ରହିଥିବା ଯୁବକ ମାନେ ଗତକାଲି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ଫେରିଥିବା ଓଡ଼ିଆ ଯୁବକମାନେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଭେଟିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରାଷ୍ଟମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ ଧର୍ମେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଦୁବାଇର ସିଜିଆଇଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Met my Odia brothers on their safe return to India.Had taken up the matter with #MEA after videos of their ordeal in Dubai had surfaced on social media.
Thank EAM,@DrSJaishankar ji & @cgidubai for their sincere efforts in repatriating them back home & ensuring their well-being. pic.twitter.com/nermIEG182
— Dharmendra Pradhan (@dpradhanbjp) June 26, 2019
ସୂଚନାଥାଉକି, ରୋଜଗାର ପାଇଁ ୧୦ ଜଣ ଓଡ଼ିଆ ଯୁବକ ମାନେ ଦୁବାଇ ଯାଇଥିଲେ। ଚାକିରି କରିବା ପାଇଁ ଜଣେ ଏଜେଣ୍ଟଙ୍କ ସହାୟତାରେ ଦୁବାଇ ଯାଇଥିଲେ ଏବଂ ଏଜେଣ୍ଟଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲେ। କିନ୍ତୁ ସବୁ ଆଶା ଚୁରମାର ହୋଇଯାଇଥିଲା। କାହିଁକିନା ଦୁବାଇରେ ତାଙ୍କୁ ୮ ମାସ ହେଲା ଦରମା ମିଳିନଥିଲା, ଏଥି ସହିତ ଭାରତ ଫେରଆସିବାକୁ ପାଖରେ ଅର୍ଥ ନାହିଁ କି ପାସପୋର୍ଟ ନାହିଁ। ସେମାନେ ଓଡ଼ିଶା ଆସିବାକୁ ଚାହୁଁଛନ୍ତି ବୋଲି ପ୍ରଥମେ ସୋଶିଆଲ ମିଡ଼ିଆରେ ନିବେଦନ କରିଥିଲେ। ଏହି ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ। ଏହାପରେ ବୈଦଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦୁବାଇର ସିଜିଆଇଙ୍କୁ ଚିଠି ଲେଖିଥିଲେ।
Comments are closed.