ଧର୍ମେନ୍ଦ୍ରଙ୍କୁ ଜନ୍ମଦିନରେ ଶୁଭେଚ୍ଛା ବାର୍ତ୍ତା ଦେଲେ ମୋଦି
ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ସେ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଧର୍ମେନ୍ଦ୍ର ୧୯୬୯ ମସିହା ଜୁନ ୨୬ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ସାଂସଦ ଦେବେନ୍ଦ୍ର ପ୍ରଧାନଙ୍କ ପୁତ୍ର ଅଟନ୍ତି। ଧର୍ମେନ୍ଦ୍ର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ଇନିଂସରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଏବଂ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ଏହା ପୂର୍ବରୁ ମୋଦିଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ତାପରେ କେନ୍ଦ୍ରମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି। ଧର୍ମେନ୍ଦ୍ରଙ୍କ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ଦଳର ଅନ୍ୟନେତା ମାନେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।
Birthday greetings to our youthful and dedicated Cabinet Minister, Shri Dharmendra Pradhan. Since the last five years, he’s been steadfastly working towards transforming key sectors like petroleum, skill development and steel. I pray for his long and healthy life. @dpradhanbjp
— Narendra Modi (@narendramodi) June 26, 2019
ମୋଦି ଟୁଇଟରରେ କହିଛନ୍ତି ଯେ, ଆମର ଯୁବ ଏବଂ ସମର୍ପିତ କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା। ବିଗତ ୫ବର୍ଷରେ ପେଟ୍ରୋଲିୟମ୍, କୌଶଳ ବିକାଶ ଏବଂ ଇସ୍ପାତ କ୍ଷେତ୍ରରେ ବୃଦ୍ଧି ପାଇଁ କାମ କରୁଛନ୍ତି। ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ମୋଦି ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।
Wishing Shri @dpradhanbjp a very happy birthday. His tireless efforts to ensure India’s energy needs are met are praiseworthy. His commitment to improve lives has brightened homes of millions of women through PM Ujjwala. May Almighty bless him with good health and a long life.
— Amit Shah (@AmitShah) June 26, 2019
Comments are closed.