ରିଲିଜ୍ ହେଲା ଆୟୁଷ୍ମାନଙ୍କ ଫିଲ୍ମ ‘ଆର୍ଟିକଲ୍ ୧୫’

ମୁମ୍ବାଇ : ଆଜି ଫିଲ୍ମ ଫ୍ରାଇଡେ ରେ ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନା ଷ୍ଟାରର୍ ଫିଲ୍ମ ‘ଆର୍ଟିକଲ୍ ୧୫’। ଏଥିରେ ଆୟୁଷ୍ମାନ ଜଣେ ପୁଲିସ୍ ଅଫିସର୍ ଭୂମିକାରେ ନଜରକୁ ଆସିଛନ୍ତି। ଏଥିରେ ତାଙ୍କୁ ସିରିୟସ୍ ଲୁକ୍ରେ ଦେଖିବାକୁ ମିଳୁଛି। ଭାରତୀୟ ସମ୍ବିଧାନର ଧାରା ୧୫କୁ ନେଇ ତିଆରି ହୋଇଛି ଏହି ଇନଭେଷ୍ଟିଗେଟିଭ୍ ଡ୍ରାମା ଫିଲ୍ମ।
ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦରଙ୍କ ପ୍ରତିମୂର୍ତ୍ତିର ଏକ ଝଲକରୁ ଆରମ୍ଭ ହୋଇଥିବା ଫିଲ୍ମର ଟିଜରରେ ରାଜନୈତିକ ବିବାଦ ଓ ଗୋଷ୍ଠୀ ସଂଘର୍ଷର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ସତ ଘଟଣାବଳୀ ଉପରେ ଆଧାରିତ ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ଇଶା ତଲଓ୍ୱାର୍ ଓ ସୟାନୀ ଗୁପ୍ତା ମଧ୍ୟ ନଜର ଆସିଛନ୍ତି। ଅନୁଭବ ସିହ୍ନା ଅହି ଫିଲ୍ମର ନିର୍ଦ୍ଦେଶିନା ଦେଇଛନ୍ତି।
Comments are closed.