୫ ପଣବନ୍ଦୀ ଭାରତୀୟ ନାବିକ ଉଦ୍ଧାର, ଜଣେ ଓଡ଼ିଆ
ଭୁବନେଶ୍ୱର: ନାଇଜେରିଆରେ ପଣବନ୍ଦୀ ଥିବା ୫ ଭାରତୀୟ ନାବିକଙ୍କୁ ଉଦ୍ଧାର କରାଯାଇଛି। ସେ ମଧ୍ୟରେ ଓଡ଼ିଆ ନାବିକ ସୁଦୀପ ଚୌଧୁରୀ ମଧ୍ୟ ଉଦ୍ଧାର ହୋଇଛନ୍ତି। ସୁଦୀପଙ୍କ ସହ ସମସ୍ତ ୪ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏଥି ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଧନ୍ୟବାଦ ଦେଇଛନ୍ତି ।
Appreciate the help of Nigerian authorities, @shipmin_india, our team @india_nigeria & all other stakeholders who have contributed to the release of the seafarers. They are being brought to Port Harcourt under Nigerian police escort and our HC will safely repatriate them to India https://t.co/v1OHXYsu6q
— Dr. S. Jaishankar (@DrSJaishankar) June 28, 2019
ସୂଚନାଥାଉକି, ନାଇଜେରିଆରେ ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କୁ ପଣବନ୍ଦୀ ରଖାଯିବା ଘଟଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରଣାଳୟ(ଏମଇଏ)କୁ ଜଣାଇଥିଲେ। ସୁଦୀପଙ୍କ ବାପା ପ୍ରଦୀପ୍ତଙ୍କ ଅପିଲ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଘଟଣା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟକୁ ଜଣାଇଥିଲେ । ସୁଦୀପଙ୍କ ସହ ଆଉ ୪ଜଣ ଭାରତୀୟ ନାବିକ ପଣବନ୍ଦୀ ରହିଥିଲେ । ଅନ୍ୟ ୪ନାବିକଙ୍କ ଘର ହରିୟାଣା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ହୋଇଥିବା ସୂଚନା ମିଳିଛି। ନାବିକଙ୍କ ନାମ ଗୁଡ଼ିକ ହେଲା- ସୁଦୀପ ଚୈାଧୁରୀ, ଅଙ୍କିତ ହୁଡ଼ା, ଚିରାଗ ଯାଦବ, ଅବିନାଶ ରେଡ୍ଡି ଏବଂ ମୋଗୁ ରବି ।
Had taken up the issue with #MEA after receiving a distress appeal from Shri Pradeepta Kumar Chowdhary, a resident of Odisha whose son Sudeep, a Sailor 3rd Officer on the vessel ‘MT Apecus’ was kept hostage along with four other sailors from Haryana, Maharashtra & Andhra.
— Dharmendra Pradhan (@dpradhanbjp) June 29, 2019
Comments are closed.