୫ ଜୁଲାଇ ରୁ ରାଜ୍ୟର ୧୦ ଖଣି ନିଲାମ
ଭୁବନେଶ୍ୱର: ଜୁଲାଇ ମାସ ସୁଦ୍ଧା ୫ ରୁ୧୦ଟି ଖଣି ନିଲାମ ହେବ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି ବୋଲି ମଧ୍ୟ ସେ କହିଛନ୍ତି।
ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି। ସେଥିମଧ୍ୟରୁ ଜୁଲାଇ ସୁଦ୍ଧା ୫/୧୦ଟିକୁ ନିଲାମ କରାଯିବ ବୋଲି ଖଣି ମନ୍ତ୍ରୀ କହିଛନ୍ତି। କୋଇଲା ରୟାଲିଟି ବୃଦ୍ଧି ପାଇଁ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ବୃଦ୍ଧି କରୁନି। ତେଣୁ ଓଡ଼ିଶା ବିପୁଳ ରାଜସ୍ୱ ହରାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଶିଳ୍ପ ସଂସ୍ଥାକୁ ଯେମିତି କଞ୍ଚାମାଲ ଅଭାବ ନ ପଡ଼ିବ ତା’ ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିବେ ବୋଲି ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।
Comments are closed.