ଓଡ଼ିଆ ପୁଅ ହେଲେ ତାମିଲନାଡ଼ୁର ପୁଲିସ୍ ମହାନିର୍ଦ୍ଦେଶକ

ଚେନ୍ନାଇ: ଅନ୍ୟ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଓଡ଼ିଆ ପୁଅ। ତାମିଲନାଡୁର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଆଇପିଏସ୍ ଜଳଦ କର ତ୍ରିପାଠୀ। ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ରହିଛି। ୧୯୮୫ ବ୍ୟାଚ୍ର ତାମିଲନାଡୁ କ୍ୟାଡରର ଏହି ଆଇପିଏସ୍ ଅଫିସର ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ। ଏବେ ସେ ତାମିଲନାଡୁ ୟୁନିଫର୍ମ ସର୍ଭିସ ରିକ୍ୟୁରମେଣ୍ଟ ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବେ କାର୍ଯ୍ୟରତ। ୟୁପିଏସ୍ସି ତାଙ୍କୁ ଏହି ନିଯୁକ୍ତି ଦେଇଛି। ତାମିଲନାଡୁର ଡିଜିପି ପଦ ପାଇଁ ୬ ଜଣ ବରିଷ୍ଠ ଆଇପିଏସ୍ଙ୍କ ନାଁ ବିଚାରକୁ ନିଆଯାଇଥିଲେ ହେଁ ଶେଷରେ ଶ୍ରୀ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି। ତାମିଲନାଡୁରେ ସେ ଜଣେ ଜଣାଶୁଣା ଆଇପିଏସ ଅଫିସର। ତାଙ୍କର ନିଆରା କାର୍ଯ୍ୟଶୈଳୀ ଓ ଦକ୍ଷତା ପାଇଁ ତାଙ୍କୁ ସମସ୍ତେ ଜାଣନ୍ତି।
#TamilNadu: IPS officer JK Tripathy appointed as Director General of Police and Head of Police Force, Tamil Nadu with effect from 1st July, 2019.
— ANI (@ANI) June 29, 2019
ସୂଚନାଥାଉକି, ୨୦୧୨ରେ ଜଲଦ କର ତ୍ରିପାଠୀ ଚେନ୍ନାଇ ପୁଲିସ୍ କମିଶନର ଥିବା ବେଳେ ଏକ ବ୍ୟାଙ୍କ ଡକାୟତି ଉଦ୍ୟମକୁ ପଣ୍ଡ କରିଥିଲେ। ସେ ଘଟଣାସ୍ଥଳରେ ୫ ଡକାୟତଙ୍କୁ ଏନ୍କାଉଣ୍ଟର କରି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ।ଏବେ ଟି.କେ ରାଜେନ୍ଦ୍ରନ ତାମିଲନାଡୁର ଡିଜିପି ଅଛନ୍ତି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ପୂର୍ବରୁ ଶେଷ ହୋଇଥିଲା। କିନ୍ତୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ଦୁଇ ବର୍ଷ ବଢ଼ାଇ ଦେଇଥିଲେ। ଆସନ୍ତାକାଲି ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ୨୦୦୫ରେ ପ୍ରଧାନମନ୍ତ୍ରୀ ଏକ୍ସଲେନ୍ସି ପୁରସ୍କାର ମିଳିଥିବାବେଳେ ୱାସିଂଟନର ଆଇସିପି ଦ୍ୱାରା ସମ୍ମାନଜନକ ‘ଇଂଟରନାସନାଲ କମୁନିଟି ପୋଲିସିଂ ଆୱାଡର଼୍’ ମଧ୍ୟ ପାଇଛନ୍ତି ଓଡ଼ିଆ ପୁଅ ଜଳଦ କର ତ୍ରିପାଠୀ।
Comments are closed.