Odisha Link
Bridging the Missing Links in Odisha

କଳିଙ୍ଗନଗରକୁ ମଳିଲା ନ୍ୟାଶ୍‌ନାଲ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକଚରିଂ ଜୋନ୍‌ର ସ୍ବୀକୃତି

ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ଥିବା କଳିଙ୍ଗନଗରକୁ ନ୍ୟାଶ୍‌ନାଲ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକଚରିଂ ଜୋନ୍‌ ଭାବେ ସ୍ୱୀକୃତି ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ସ୍ଥାନକୁ ସଡ଼କ ପଥ, ରେଳ ପଥ ଏବଂ ଜଳପଥ ସୁବିଧା ଥିବାରୁ ଏଭଳି ମାନ୍ୟତା ଦିଆଯାଇଛି ବୋଲି ସେ କହିଛନ୍ତି।
ଦେଶର ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ର ଭାବେ ଏହି ସ୍ଥାନ ଅନୁକୂଳ ବା ଉପଯୁକ୍ତ ବୋଲି ବିବେଚନା କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ସ୍ୱୀକୃତି ପାଇଁ ପ୍ରସ୍ତାବ ଦିଆଯାଇଥିଲା। କଳିଙ୍ଗନଗର ସହ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଏବଂ ତେଲଙ୍ଗାନାର ସାନଗାରେଡିକୁ ଏନଆଇଏମ ଜୋନ୍ ଭାବେ ସ୍ୱୀକୃତି ମିଳିଛି।

Comments are closed.