ଏଥର ଲାଗୁହେବ ପାସ୍-ଫେଲ୍ ବ୍ୟବସ୍ଥା
ଭୁବନେଶ୍ବର : ଶିକ୍ଷା ନୀତିରେ ଆସିବ ସଂସ୍କାର । ଏଣିକି ଲାଗୁ ହେବ ପାସ୍-ଫେଲ୍ ନିୟମ । ପଞ୍ଚମ ଶ୍ରେଣୀରେ ଫେଲ୍ ହେଲେ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀରେ ପଢିପାରିବେ । ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପଞ୍ଚମ ଶ୍ରେଣୀର ପରୀକ୍ଷା ଦେବାକୁ ପଡିବ। ଶିକ୍ଷାର ମାନ ବୃଦ୍ଧି ନେଇ ଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଲାଗୁ ହେବା ଦ୍ବାରା ପିଲାମାନେ ପାଠପଢାରେ ଅଧିକ ଧ୍ୟାନ ଦେଇପାରିବେ ।
ସେହିଭଳି ଅଷ୍ଟମ ଶ୍ରେଣୀ ପାଇଁ ମଧ୍ୟ ପାସ୍-ଫେଲ୍ ବ୍ୟବସ୍ଥା କଡାକଡି ଲାଗୁ କରାଯିବ । ଅର୍ଥାତ୍ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ସେମାନେ ଆଉ ନବମ ଶ୍ରେଣୀକୁ ଯାଇପାରିବେ ନାହିଁ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ସୂଚନା ଦେଇଛନ୍ତି ।
Comments are closed.