ସରକାରୀ ବାସଭବନ ଛାଡ଼ିଲେ ସୁଷମା ସ୍ବରାଜ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ୮, ସଫଦରଗଞ୍ଜ ଲେନ୍ସ୍ଥିତ ସରକାରୀ ବାସଭବନରୁ ବିଦାୟ ନେଲେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଏନେଇ ସୁଷମା ଟ୍ବିଟ୍ ଯୋଗେ କହିଛନ୍ତି। ଏଥି ସହିତ ପୁରୁଣା ଠିକଣା କିମ୍ବା ଫୋନ୍ ନମ୍ବରରେ ଆଉ ତାଙ୍କୁ ଯୋଗାଯୋଗ କରି ହେବ ନାହିଁ ବୋଲି ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ଚାଲି ଯାଇଛନ୍ତି ବୋଲି ଶନିବାର ଦିନ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଘୋଷଣା କରିଛନ୍ତି।
I have moved out of my official residence 8, Safdarjung Lane, New Delhi. Please note that I am not contactable on the earlier address and phone numbers.
— Sushma Swaraj (@SushmaSwaraj) June 29, 2019
ଟୁଇଟ୍ କରି ସୁଷମା କହିଛନ୍ତି ଯେ, ନୂଆଦିଲ୍ଲୀସ୍ଥିତ ୮, ସଫଦରଗଞ୍ଜ ଲେନ୍ସ୍ଥିତ ମୋ ସରକାରୀ ବାସଭବନରୁ ଚାଲିଯାଇଛି। ଦୟାକରି ମନେରଖନ୍ତୁ କି, ପୁରୁଣା ଠିକଣା ଓ ଫୋନ୍ ନମ୍ବରରେ ମୋ ସହ ଯୋଗଯୋଗ ହେବ ନାହିଁ। ସୂଚନାଥାଉକି,ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସୁଷମା ୨୦୧୮ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲେ। ସେ ମୋଦିଙ୍କ ପ୍ରଥମ ଇନିଂସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବାରେ ସୁଷମା ସ୍ୱରାଜଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।
Comments are closed.