‘ଜବରିୟାଁ ଯୋଡ଼ି’ର ଟ୍ରେଲର ରିଲିଜ

ମୁମ୍ବାଇ : ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣୀତି ଚୋପ୍ରାଙ୍କ ‘ଜବରିୟାଁ ଯୋଡ଼ି’ର ଟ୍ରେଲର ରିଲିଜ ହୋଇଯାଇଛି। ଫିଲ୍ମର କାହାଣୀ ବିହାରର ପୃଷ୍ଠଭୂମି ଉପରେ ଆଧାରିତ। ସିଦ୍ଧାର୍ଥ ଏବଂ ପରିଣୀତି ଦ୍ବିତୀୟ ଥର ଏକାଠି କାମ କରୁଛନ୍ତି। ଏହା ପୂର୍ବରୁ ୨୦୧୪ମସିହାରେ ରିଲିଜ ହୋଇଥିବା ‘ହଁସି ତୋ ଫସି’ରେ ଏହି ଯୋଡ଼ିଙ୍କୁ ଦେଖାଯାଇଥିଲା। ଯାହା ବକ୍ସ ଅଫିସରେ ଡିଜାଷ୍ଟର ଭାବେ ସାବ୍ୟସ୍ତ ହୋଇଥିଲା। ଜବରିୟାଁ ଯୋଡ଼ିର ଟ୍ରେଲର ମଜାଳିଆ ହୋଇଛି। ଏହି ଫିଲ୍ମରେ ସିଦ୍ଧାର୍ଥ ଅଭୟ ସିଂହଙ୍କ ଭୂମିକାରେ ଦେଖାଯିବେ,ଯିଏ ବରମାନଙ୍କୁ ଅପହରଣ କରି ଜବରଦସ୍ତି ବାହା କରାଇଥାଏ। ପରିଣୀତି ବବଲି ଯାଦବଙ୍କ ଭୂମିକାରେ ଦେଖାଯିବେ। ଉଭୟଙ୍କ ମଧ୍ୟରେ ପ୍ରେମ ହେଉଛି,କିନ୍ତୁ ଅଭୟ ବିଧାୟକ ହେବା ଆଶାରେ ବିବାହ କରିବାକୁ ମନା କରି ଦେଉଛି।
ଟ୍ରେଲରରେ ମଜାଳିଆ ଡାଇଲଗ୍ ଏବଂ କମେଡ଼ି ରହିବା ସହ ଇମୋସନ ମଧ୍ୟ ଦେଖିବାକୁ ମିଳୁଛି। ପ୍ରଶାନ୍ତ ସିଂହଙ୍କ ନିର୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ସଞ୍ଜୟ ମିଶ୍ରା,ଜାଭେଦ ଜାଫରୀ ଏବଂ ଅପାରଶକ୍ତି ଖୁରାନା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅଗଷ୍ଟ ୨ତାରିଖରେ ଏହି ଫିଲ୍ମ ମୁକ୍ତିଲାଭ କରିବ।
Comments are closed.