ରାଜ୍ୟରେ ମାଓବାଦୀ ସମସ୍ୟା; ବିରୋଧୀ କହିଲେ ବଢ଼ିଛି, ମନ୍ତ୍ରୀଙ୍କ ଉତ୍ତର କମିଛି

ଭୁବନେଶ୍ଵର : ରାଜ୍ୟରେ ମାଓବାଦୀ ସମସ୍ୟା ନେଇ ବିଧାନସଭାରେ ସୋମବାର ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ସମସ୍ୟା ନେଇ ପ୍ରଶ୍ନ କରିଥିଲେ। ଗତ ୫ବର୍ଷରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ବିଧାୟକ କହିବା ସହିତ ଏହାର କାରଣ ପଚାରିଥିଲେ। ତାରାଙ୍କ ପ୍ରଶ୍ନର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ, ରାଜ୍ୟରେ ୧୫ଟି ମାଓବାଦୀ ଉପଦ୍ରୁତ ଜିଲ୍ଲା ରହିଛି। ବିଗତ ୫ବର୍ଷ ମଧ୍ୟରେ ଏସବୁ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ମାଓବାଦୀମାନେ ୧୦୫ ଜଣଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା କର୍ମୀଙ୍କ ସହିତ ଗୁଳିବିନିମୟରେ ୮୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ଅତ୍ୟନ୍ତ ମାଓବାଦୀ ପ୍ରଭାବିତ ବୋଲି ମନ୍ତ୍ରୀ କହିଥିଲେ। ସେହିପରି ରାଜ୍ୟରେ ଥିବା ମାଓବାଦୀଙ୍କ ମଧ୍ୟରୁ ଓଡ଼ିଆ ମାଓବାଦୀଙ୍କ ସଂଖ୍ୟା କମ୍ ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।
Comments are closed.